Categories: ଜାତୀୟ

ଜ୍ଞାନବାପି ମାମଲାରୁ ଓହରି ଗଲେ ହିନ୍ଦୁ ଆବେଦନକାରୀ

ବାରାଣସୀ, ୪ା୬: ଜ୍ଞାନବାପି ମସ୍‌ଜିଦ ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ମାମଲାରୁ ଅନ୍ୟତମ ହିନ୍ଦୁ ପକ୍ଷ ଜିତେନ୍ଦ୍ର ସିଂ ଭିସେନ ଓ ତାଙ୍କ ପରିବାର ଓହରିଯିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ତାଙ୍କୁ ହଇରାଣ କରାଯାଉଥିବା ଜିତେନ୍ଦ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ତାଙ୍କ ଓକିଲ ଶିବମ୍‌ ଗୌର ମାମଲାରୁ ଓହରି ଯାଇଥିଲେ। ଦେଶ ତଥା ଧର୍ମର ସ୍ବାର୍ଥକୁ ଦୃଷ୍ଟିରୁ ଜିତେନ୍ଦ୍ର ତାଙ୍କ ସ୍ତ୍ରୀ କିରନ ସିଂ ଏବଂ ଝିଆରୀ ରାକ୍ଷୀ ସିଂ ଅଦାଲତରେ ମାମଲା ଦାଏର କରିଥିଲେ। ଜିତେନ୍ଦ୍ର ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଅଛନ୍ତି ।

Share