Categories: ଜାତୀୟ

ମସ୍‌ଜିଦ ଉଦ୍‌ଘାଟନ କଲେ ହିନ୍ଦୁ ସନ୍ଥ

କୋପ୍ପାଲ, ୩ା୭ : ଧର୍ମୀୟ ସଦ୍‌ଭାବନାର ପ୍ରଦର୍ଶନ ପୂର୍ବକ କର୍ନାଟକର କୋପ୍ପାଲ ଜିଲାରେ ଜଣେ ହିନ୍ଦୁ ସନ୍ଥ ଏକ ମସ୍‌ଜିଦ ଉଦ୍‌ଘାଟନ କରିଛନ୍ତି। ଜିଲାର କୁକାନୁର ତାଲୁକ ଅନ୍ତର୍ଗତ ଭାଣପୁର ଗ୍ରାମରେ ଏହି ମସ୍‌ଜିଦ ନିର୍ମାଣ କରାଯାଇଛି। ଶୁକ୍ରବାର କୋପ୍ପାଲ ଗାଭି ମଠର ସନ୍ଥ ଅଭିନବ ଗାଭିସିଦ୍ଧେଶ୍ୱର ସ୍ବାମୀ ଉକ୍ତ ମସ୍‌ଜିଦ ଉଦ୍‌ଘାଟନ କରିବା ଅବସରରେ କହିଥିଲେ, ପ୍ରତ୍ୟେକ ସଦ୍‌ଭାବନାର ସହ ବଞ୍ଚତ୍ବା ଜରୁରୀ। ପ୍ରକୃତ ଧର୍ମର ଅର୍ଥ ସଦ୍‌ଭାବନା। ଯେଉଁମାନେ ନିଜ ଧର୍ମକୁ ବଡ଼ ବୋଲି ବିବେଚନା କରନ୍ତି, ସେମାନେ ଧାର୍ମିକ ନୁହନ୍ତି। ଯିଏ କୌଣସି ଭେଦଭାବ ନ ରଖି ରୋଗୀକୁ ରକ୍ତଦାନ କରିଥାନ୍ତି, ସେ ପ୍ରକୃତ ଧାର୍ମିକ ବ୍ୟକ୍ତି ବୋଲି ସନ୍ଥ କହିଥିଲେ।

Share