Categories: ଜାତୀୟ

ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ

ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ ସୋମବାର ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଅନୁରୂପ ମନ୍ତବ୍ୟ ଦେଉଥିବା ଅନ୍ୟ ରାଜନେତାମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ସନ୍ଥ ମହାମଣ୍ଡଳ ବ୍ୟାନରରେ ହିନ୍ଦୁ ସନ୍ଥମାନେ ସରୋଜିନୀ ନଗର ମନ୍ଦିରଠାରୁ ତାମିଲନାଡୁ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ପୋଲିସ ଅଟକାଇବାରୁ ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Share