Categories: ଜାତୀୟ

ଜେଏନ୍‌ୟୁ ମୁଖ୍ୟ ଫାଟକରେ ସାଫ୍ରନ୍‌ ପତାକା

ନୂଆଦିଲ୍ଲୀ,୧୫।୪:ରାମ ନବମୀରେ ନନ୍‌ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲା ସମାଧାନ ହୋଇପାରି ନ ଥିବାବେଳେ ଶୁକ୍ରବାର ସକାଳେ ଅନ୍ୟ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ହିନ୍ଦୁ ସେନା ନାମକ ଏକ ସଂଗଠନ ପକ୍ଷରୁ ଜେଏନୟୁ ମୁଖ୍ୟ ଫାଟକରେ ଏକ ସାଫ୍ରନ୍‌ ପତାକା ଲଗାଯାଇଛି। କେବଳ ଏତିକି ନୁହେଁ, ଏହି ସଂସ୍ଥା ଜେଏନୟୁ କ୍ୟାମ୍ପସ ଏବଂ ଏହାର କାନ୍ଥରେ ସାଫ୍ରନ ଜେଏନୟୁ ନାମକ ପୋଷ୍ଟର ମଧ୍ୟ ରଖିଛି। ଏହି ଘଟଣାର ନୋଟିସ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପରିସରରୁ ସମସ୍ତ ସାଫ୍ରନ୍‌ ପତାକା ହଟାଇ ଦିଆଯାଇଥିଲା। ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାମ ନବମୀରେ ଜେଏନ୍‌ୟୁର କାବେରୀ ହଷ୍ଟେଲ ମେସ୍‌ରେ ନନ୍‌ଭେଜ୍‌ ପରସା ଯାଇଥିଲା। ରାମନବମୀରେ ଆମିଷ ପରସାଯିବାକୁ ନେଇ ଏବିଭିପି ସଦସ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଏବିଭିପି ଓ ବାମ ସଙ୍ଗଠନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

Share