ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ହିନ୍ଦୁ ମନ୍ଦିର ଭାଙ୍ଗାରୁଜା ସହ ଜାଳିଦେଲେ

ନୂଆଦିଲ୍ଲୀ, ୦୬।୦୮: ବାଂଲାଦେଶର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ହିଂସା ଏବଂ ଅରାଜକତା ମଧ୍ୟରେ ଆନ୍ଦୋଳନକାରୀ ବିଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି । ଖୋଜି ଖୋଜି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ହିନ୍ଦୁ ପରିବାର ରହୁଥିବା ଘରେ ସେମାନେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳୁଛି । ଦୋକାନରୁ ଲୁଟ୍‌ ହେଉଛି । ଏହାରି ମଧ୍ୟରେ ମୋହରପୁରର ଇସ୍କନ ମନ୍ଦିର ଘଟଣା ସାମ୍ନାକୁ ଆସିଛି । ଆନ୍ଦୋଳନକାରୀ ମନ୍ଦିର ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ମନ୍ଦିରରେ ପୂଜା ପାଉଥିବା ଦିଅଁଙ୍କୁ
ମଧ୍ୟ ଛାଡ଼ିନାହାନ୍ତି ବିକ୍ଷୋଭକାରୀ । ଜଗନ୍ନାଥଙ୍କ ବିଗ୍ରହରେ ସେମାନେ ନିଆଁ ଲଗାଇଦେଇଥିବା ଚିତ୍ର ସାମ୍ନାକୁ ଆସିଛି । ଯାହାକି ହିନ୍ଦୁଙ୍କ ପ୍ରତି ବର୍ବରତାର ସବୁ ସୀମା ଟପିଯାଇଛି ।

ବାଂଲାଦେଶର ଏକ ଗଣମାଧ୍ୟମ ସଂସ୍ଥା ଦ ଡେଲି ଷ୍ଟାରର ରିପୋର୍ଟ ଅନୁସାରେ ୨୭ ଜିଲାରେ ହିନ୍ଦୁଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ୍‌ କରାଯାଉଛି । ମୂଲ୍ୟବାନ ଜିନିଷ ଲୁଟ୍‌ କରାଯାଉଛି । ହିନ୍ଦୁଙ୍କୁ ଘରୁ ବାହାର କରାଯାଇ ସେମାନଙ୍କୁ ମାଡ଼ ମାରାଯାଉଛି । ବର୍ତ୍ତମାନ ସେଠାରେ ହିନ୍ଦୁ ପରିବାର ଡରି ବଞ୍ଚୁଥିବା ବେଳେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି ।

Share