ପାକିସ୍ତାନରେ ହିନ୍ଦୁଙ୍କ ଉପରେ ବଢ଼ୁଛି ଅତ୍ୟାଚାର, ଭାଙ୍ଗିଦେଲେ ମନ୍ଦିର

ନୂଆଦିଲ୍ଲୀ,୩୦ା୧୨- ପାକିସ୍ତାନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର। ପାକିସ୍ତାନର ଖାଇବର ପାଖତୁନଖ୍ବା (କେପିକେ) ପ୍ରଦେଶର ତେରି ଗ୍ରାମରେ ଥିବା ମନ୍ଦିରକୁ ବୁଧବାର ଭାଙ୍ଗି ଦେଇଛନ୍ତି ମୁସଲମାନ ସର୍ମ୍ପଦାୟର ଲୋକମାନେ। ସେମାନେ ହିନ୍ଦୁ ଦେବାଦେବୀ ଓ ଶାସ୍ତ୍ରକୁ ମଧ୍ୟ ଅପମାନିତ ମଧ୍ୟ କରିଛନ୍ତି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଉକ୍ତ ଭିଡିଓରେ ମୁସଲମାନ ସର୍ମ୍ପଦାୟର ଲୋକମାନେ ହାତରେ ହାତୁଡ଼ି ଧରି ମନ୍ଦିର ଉପରେ ଆକ୍ରମଣ କରୁଛନ୍ତି। ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ବିକୃତ କରିଦେଇଛନ୍ତି।

ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ଜଣେ ମୁସଲମାନ ଧର୍ମଗୁରୁ ସ୍ଥାନୀୟ ଲୋକଙ୍କୁ ହିନ୍ଦୁଙ୍କ ବିରୋଧରେ ଉସକାଇ ଥିଲେ ଓ ମନ୍ଦିର ଭାଙ୍ଗିବାକୁ କହିଥିଲେ। ତେବେ ହିନ୍ଦୁଙ୍କ ଅତ୍ୟାଚାର ଘଟଣା ପାକିସ୍ତାନରେ କିଛି ନୂଆ ନୁହେଁ। ଗତ ମାସରେ କରାଚୀରୁ ମଧ୍ୟ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଦେଇଥିଲେ। ଏହା ବିରୋଧରେ ପାକିସ୍ଥାନ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି।

Share