Advertisement

ପାକିସ୍ତାନ ପରେ ବାଂଲାଦେଶ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ଅଭିଯୁକ୍ତ ଗିରଫ

ଢାକା,୨୨।୭: ପାକିସ୍ତାନ ପରେ ଏବେ ବାଂଲାଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବ୍ରାହ୍ମଣବରିଆ ଜିଲାର ଜଣେ ୩୬ବର୍ଷ ବୟସ୍କ ବ୍ୟକ୍ତି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ଗୁରୁବାର ରାତିରେ ହୋଇଥିବା ଜଣାପଡିଛି। ଏହି ଘଟଣା ପରଠାରୁ ହିନ୍ଦୁ ସମ୍ପ୍ରଦାୟର ଲୋକ କ୍ରୋଧ ପ୍ରକାଶ କରିଛନ୍ତି।

ସମଗ୍ର ଘଟଣା ନିୟାମପୁରj ଗ୍ରାମରୁ ଆସିଛି, ଯେଉଁଠାରେ ଦୁର୍ଗା ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ଅଭିଯୁକ୍ତ ଖଲିଲ ମିୟା ବୋଲି ଜଣାପଡିଛି। ଯାହାକୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଭଙ୍ଗାରୁଜା ଖବର ପ୍ରସାରିତ ହେବା ମାତ୍ରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share