ପୁଣି ଭଙ୍ଗାଗଲା ହିନ୍ଦୁ ମନ୍ଦିର

ଇସଲାମାବାଦ,୯ା୬: ପୁଣିଥରେ ପାକିସ୍ତାନରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରରେ ଦେବତାମାନଙ୍କର ମୂର୍ତ୍ତି ଭଙ୍ଗାଯାଇଛି। ବୁଧବାର କରାଚିର କୋରଙ୍ଗି ଅଞ୍ଚଳର ଶ୍ରୀ ମାରି ମାତା ମନ୍ଦିରରେ ଦେବୀଦେବଙ୍କ ମୂର୍ତ୍ତି ଉପରେ ଆକ୍ରମଣ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା କରାଚିରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମନ୍ଦିରର ଯାଞ୍ଚ କରିଛି।

ସୂଚନାଯୋଗ୍ୟ, ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁ ମନ୍ଦିର ରହିଥିବାରୁ ଏହା ଉପରେ ହିଂସାତ୍ମକ ଆକ୍ରମଣ କରାଯାଉଛି। ଗତବର୍ଷ ଅକ୍ଟୋବରରେ ସିନ୍ଧୁ ନଦୀକୂଳରେ ଥିବା ଏକ ଐତିହାସିକ ମନ୍ଦିରକୁ ଜଣେ ଅଜ୍ଞାତ ଲୋକଙ୍କ ଦ୍ୱାରା ଅପବିତ୍ର କରାଯାଇଥିଲା। ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା।

Share