ପାକିସ୍ତାନରେ ଭାଙ୍ଗିଦେଲେ ଗଣେଶ ମନ୍ଦିର

ନୂଆଦିଲ୍ଲୀ, ୬।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଏକ ଗଣେଶ ମନ୍ଦିରକୁ ଶହ ଶହ ଲୋକ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ସେମିନାରିରେ ପରିସ୍ରା କରିବା ଅଭିଯୋଗରେ ୯ ବର୍ଷର ହିନ୍ଦୁ ବାଳକଙ୍କୁ ଜାମିନ ମିଳିବାରୁ ଉତ୍ତେଜିତ ଲୋକେ ମନ୍ଦିର ପରିସରରେ ଭଙ୍ଗାରୁଜା କରିଥିଲେ। ବୁଧବାର ଭୋଙ୍ଗ୍‌ ସହରରେ ଏଭଳି ଉତ୍ତେଜନା ଦେଖାଦେଇଥିଲା। ମନ୍ଦିର ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତ ଲୋକେ ସୁକୁର-ମୁଲ୍‌ତାନ ରାସ୍ତାକୁ ଅବରୋଧ କରିଥିଲେ। ମନ୍ଦିର ଭଙ୍ଗା ଘଟଣାରେ ପାକ୍‌ କର୍ତ୍ତୃପକ୍ଷଙ୍କୁ ଭାରତ ସମାଲୋଚନା କରିଛି। ସେମାନେ ଧର୍ମୀୟ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି।

Share