Categories: ଜାତୀୟ

ବୁର୍ଖା ନ ପିନ୍ଧିବାରୁ ସ୍ତ୍ରୀଙ୍କୁ ହତ୍ୟା

ମୁମ୍ବାଇ,୨୮।୯: ବୁର୍ଖା ପିନ୍ଧିବାକୁ ମନା କରିବାରୁ ମୁମ୍ବାଇର ଇକ୍‌ବାଲ ଶେଖ୍‌ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ସ୍ତ୍ରୀ ରୁପାଲି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ ତିନି ବର୍ଷ ପୂର୍ବେ ସେ ଇକ୍‌ବାଲଙ୍କୁ ବିବାହ କରିଥିଲେ। ବୁର୍ଖା ପିନ୍ଧିବା ତଥା ଇସ୍‌ଲାମିକ ଚାଳିଚଳନ ଗ୍ରହଣ କରିବାକୁ ରୁପା ନାପସନ୍ଦ କରୁଥିବାବେଳେ ଶାଶୁଘର ଲୋକେ କିନ୍ତୁ ଏପରି କରିବାକୁ ତାଙ୍କ ଉପରେ ଚାପ ପକାଉଥିବା ରୁପାଙ୍କ ଘରଲୋକେ କହିଛନ୍ତି। କଳହ କାରଣରୁ ରୁପା ଶାଶୁଘର ଛାଡ଼ି ଅଲଗା ରହୁଥିଲେ। ସୋମବାର ରୁପା ଇକ୍‌ବାଲଙ୍କଠାରୁ ଅଲଗା ହେବା ପାଇଁ ଛାଡ଼ପତ୍ର ମାଗିଥିଲେ। ଯୁକ୍ତିତକ ହେବାରୁ ସେ ଛୁରିରେ ରୁପାଙ୍କ ଗଳାକାଟି ହତ୍ୟା କରିଥିଲେ।

Share