ଇସାଇଙ୍କ ସବୁଠାରୁ ବଡ ଦେଶରେ ପ୍ରଥମଥର ହେବ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ, ‘ହିନ୍ଦୁ ଫୋବିୟା’ ଉପରେ ହେବ ଆଲୋଚନା

ଓ୍ବାଶିଂଟନ,୧୧।୬: ବୃହତ୍ତମ ଖ୍ରୀଷ୍ଟିଆନ ଦେଶ ବା ଇସାଇଙ୍କ ସବୁଠାରୁ ବଡ ଦେଶ ଆମେରିକା ଜୁନ ୧୪ରେ ପ୍ରଥମ ଥର ପାଇଁ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ସେଠାରେ ନିକଟରେ ଗଠିତ ’ଆମେରିକୀୟ ହିନ୍ଦୁ’ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ଏହି ସମ୍ମିଳନୀର ସଂଗଠନ ଘୋଷଣା କରିଥିଲା। ଏହି ସମ୍ମିଳନୀରେ ଦେଶର ଶତାଧିକ ଭାରତୀୟ-ଆମେରିକୀୟ ନେତା ଏବଂ ହିନ୍ଦୁ ସଂଗଠନ ଏକତ୍ରିତ ହେବେ।
ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆମେରିକାରେ ଆୟୋଜିତ ହୋଇଥିବା ପ୍ରଥମ ହିନ୍ଦୁ ଆମେରିକୀୟ ସମ୍ମିଳନୀକୁ ଆମେରିକା ଲୋକସଭାର ବାଚସ୍ପତି (ହାଉସ ବାଚସ୍ପତି) କେଭିନ ମ୍ୟାକାର୍ଥିି ସମ୍ବୋଧିତ କରିବେ। ବର୍ତ୍ତମାନ ଆମେରିକାରେ ପ୍ରାୟ ୩୦ଲକ୍ଷ ହିନ୍ଦୁ ବାସ କରନ୍ତି। ଆମେରିକୀୟ ୪ ହିନ୍ଦୁ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ହିନ୍ଦୁମାନଙ୍କର ଉନ୍ନତି ତଥା ରାଜନୈତିକ ପ୍ଲାଟଫର୍ମରେ ସ୍ବର ଉତ୍ତୋଳନ ପାଇଁ ୨୦ରୁ ଅଧିକ ବିଦେଶୀ ସଂସ୍ଥାର ସହଯୋଗରେ ଗଠନ କରାଯାଇଥିଲା।

ଆମେରିକାରେ ରହୁଥିବା ହୃଦରୋଗ ବିଶେଷଜ୍ଞ ଡାକ୍ତର ରୋମେଶ ଜାପରା କହିଛନ୍ତି, ଆମେ ହିନ୍ଦୁ କକ୍‌ସକୁ ଏକାଠି କରିବାକୁ ଚେଷ୍ଟା କରୁଛୁ, ଯେଉଁଠାରେ ଆମେ ଏହି ସମସ୍ତ କଂଗ୍ରେସ ନେତା, ସିନେଟର ଏବଂ ପ୍ରତିନିଧୀଙ୍କୁ ଆମର କକ୍‌ସର ଏକ ଅଂଶ ହେବାକୁ କହିବୁ ବୋଲି ସେ କହିଛନ୍ତି। ସେ କହିଛନ୍ତି- ଆମର ଗୋଷ୍ଠୀ କଂଗ୍ରେସ ନେତାଙ୍କ ପାଇଁ ସମର୍ଥନ ଏବଂ ପାଣ୍ଠି ସଂଗ୍ରହ କରିବ ଯେଉଁମାନେ ହିନ୍ଦୁ ନୀତି ଏବଂ ମୂଲ୍ୟବୋଧ ସହ ସହମତ ଅଟନ୍ତି ଏବଂ ସମ୍ପ୍ରଦାୟକୁ ସାହାଯ୍ୟ କରିବାକୁ ଏବଂ ହିନ୍ଦୁଫୋବିୟା, ହିନ୍ଦୁ ଘୃଣା ଏବଂ ଇମିଗ୍ରେସନ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

Share