Advertisement

ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷଙ୍କ ପରଲୋକ

ଲଣ୍ଡନ,୧୮।୫: ଲଣ୍ଡନରେ ବୁଧବାର ହିନ୍ଦୁଜା ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜାଙ୍କ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ୪ ଭାଇଙ୍କ ମଧ୍ୟରେ ଶ୍ରୀଚାନ୍ଦ ସବା ବଡ଼ ହୋଇଥିବାବେଳେ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଭାରତରେ ଜନ୍ମିତ ବ୍ରିଟେନ୍‌ର ବିଲିୟନେୟାର ଶ୍ରୀଚାନ୍ଦଙ୍କ ବିୟୋଗ ନେଇ ଘରଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଙ୍କ୍‌, କେମିକାଲ୍ସ ଏବଂ ହେଲ୍‌ଥକେୟାର ସେକ୍ଟରରେ ହିନ୍ଦୁଜା ଗ୍ରୁପ୍‌ ବ୍ୟବସା କରୁଛି। ବିଶ୍ୱବ୍ୟାପୀ ମୋଟ ୨,୦୦,୦୦୦ କର୍ମଚାରୀ ଏହା ଅଧୀନରେ କାର୍ଯ୍ୟ କରୁଛନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share