ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି

ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ କରି ଆସୁଛନ୍ତି ଦଶହରା ପର୍ବ।
ସମନ୍ବୟର ବାର୍ତ୍ତା: ବିଜୟାଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା ବେଳେ ମୁସଲମାନ ଦଳବେହେରା କର୍ତ୍ତା ସାଜି ଅପରାଜିତା ହୋମରେ ଆହୁତି ଦେଇଥାନ୍ତି। କୁହାଯାଏ ଅତି ପ୍ରାଚୀନ କାଳରୁ ଏହି ନିଆରା ପରମ୍ପରା ଚାଲି ଆସିଛି। ଏହା ହିଁ ମାଣିକଗୋଡ଼ା ଦଶହରାର ବିଶେଷତ୍ୱ। ଏଠାରେ ୪ଦିନ ଧରି ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନ ମିଳିମିଶି ପାଳନ କରି ଆସୁଛନ୍ତି। ଯଜ୍ଞର ସମସ୍ତ ଖର୍ଚ୍ଚ ବୁଝନ୍ତି ମୁସଲମାନ ପରିବାର। ଗ୍ରାମର ସବୁ ବର୍ଗର ଲୋକେ ଏକାଠି ଏହି ପର୍ବର ମଜା ନେଇଥାନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ମଧ୍ୟ ସାମିଲ ହୋଇଥାନ୍ତି।
ପରମ୍ପରା କହେ: ପାରମ୍ପରିକ ରୀତିନୀତିରେ ସପ୍ତମୀ ତିଥିରେ ମା’ ଭଗବତୀଙ୍କ ପୀଠ ସମ୍ମୁଖ ମଣ୍ଡପ ପିଢ଼ା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡ୍‌ଗ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ବିରାଟ କଟାରୀ ଓ ଦିବ୍ୟସିଂହପୁର ଗ୍ରାମ କନକଦୁର୍ଗାଙ୍କୁ ରଖାଯାଇ ଏକାଠି ପୂଜା କରାଯାଏ।
ଦଳବେହେରାଙ୍କ ଘରୁ ବାହାରେ ପଟୁଆର: ଦଶହରା ପୂର୍ବାହ୍ନରେ ମାନସିକଧାରୀ ମା’ଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରନ୍ତି। ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀଙ୍କ ବିଜେ ପ୍ରତିମା କାଷ୍ଠ ମୂଷଳଙ୍କୁ ଅଣାଯାଇଥାଏ। ଠାକୁରାଣୀ ପୂଜକ କନ୍ଧ ଜାନୀ ଦେହରେ ସବାର(ଉଭା) ହୋଇ ଭବିଷ୍ୟତବାଣୀ ସହ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି। ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀ ରୋଶଣି ପଟୁଆରରେ ମୁସଲମାନ ଦଳବେହେରାଙ୍କ ଦୁଆରକୁ ଆସି ଫଳ ଓ ଶୁଖିଲା ଭୋଗ ଖାଇଥାନ୍ତି। ମା’ଙ୍କ ଭୋଗକୁ ହିନ୍ଦୁ, ମୁସଲମାନ ତଥା ଅନ୍ୟ ସମ୍ପ୍ରଦାୟର ଲୋକେ ଖାଇ ଭାଇଚାରାକୁ ବଜାଏ ରଖନ୍ତି। ଏହା ପରେ ଠାକୁରାଣୀଙ୍କ ସହ ମୁସଲମାନ ଦଳବେହେରା ଭଗବତୀଙ୍କ ପୀଠରେ ପହଞ୍ଚନ୍ତି।
ସୋମନାଥ ମନ୍ଦିର ସମ୍ମୁଖରେ ହୁଏ ହୋମ: ସେଠାରେ(ଭଗବତୀଙ୍କ ପୀଠ ଆଗରେ) ୩ ଦିନ ବ୍ୟାପୀ ପୂଜା ପାଉଥିବା ଗଜପତି ପ୍ରଦତ୍ତ ଦଳବେହେରାଙ୍କ ଖଡ୍‌ଗ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ବିରାଟ କଟାରୀ ଓ କନକଦୁର୍ଗା ରୋଶଣି ପଟୁଆରରେ ସାମିଲ ହୁଅନ୍ତି। ବିରାଟ ପଟୁଆରରେ ବାଦ୍ୟର ତାଳେ ତାଳେ ମାଳିସାହି, ଦିବ୍ୟସିଂହପୁର ଓ କଳାଙ୍ଗର ମଧ୍ୟବର୍ତ୍ତୀ ଅଞ୍ଚଳ ତ୍ରିଛକିରେ ଅବସ୍ଥିତ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚତ୍ଥାନ୍ତି।
କର୍ତ୍ତା ସାଜି ଆହୁତି ଦିଅନ୍ତି: ସେଠାରେ ଅନୁଷ୍ଠିତ ହୋଇଥାଏ ଅପରାଜିତା ହୋମ। ରାସ୍ତା ଉପରେ ଏକ ଖଟୁଲିରେ କନକଦୁର୍ଗା, ମାଣିକଭୂୟାଁଙ୍କ କାଷ୍ଠ ମୂଷଳକୁ ସେବକମାନେ ଧରିଥାନ୍ତି। ପାର୍ଶ୍ୱବର୍ତ୍ତୀ ମନ୍ଦିରରେ ସୋମନାଥ ଦେବ ନିଜ ବେଢ଼ାରେ ବିଜେ କରିଥିବା ବେଳେ ଅପରପାର୍ଶ୍ୱରେ ମା’ ଦୁର୍ଗା ନିଜ ବିମାନରେ ବିଜେ କରିଥାନ୍ତି। ହୋମରେ ଦଳବେହେରା, କୋଠକରଣ, ବ୍ରାହ୍ମଣ, ପଣ୍ଡିତ, ମାନସିଂହ ଏବଂ ଶବର, କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକ ବସନ୍ତି। ରାଜଗୁରୁ କୁଶବଟୁ ପିନ୍ଧାଇବା ପରେ ମୁସଲମାନ ଦଳବେହେରା କର୍ତ୍ତା ହୋଇ ହୋମରେ ଘୃତାହୁତି ଦିଅନ୍ତି।
କନକଦୁର୍ଗାଙ୍କ ଆଖିରେ ବନ୍ଧା ହୁଏ ଅନ୍ଧପୁଟୁଳି: ଅପରାଜିତା ହୋମ ଶେଷ ପରେ ମା’ କନକଦୁର୍ଗାଙ୍କ ଆଖିରୁ ଶୁକ୍ଲପକ୍ଷ ସପ୍ତମୀରେ ଖୋଲା ଯାଇଥିବା ଅନ୍ଧପୁଟୁଳି ବିଜୟା ଦଶମୀରେ ପୁଣି ବନ୍ଧା ହୋଇଥାଏ। ମା’ଙ୍କ ଆଖିରୁ ବର୍ଷକ ମଧ୍ୟରୁ କେବଳ ୪ଦିନ ପାଇଁ ଅନ୍ଧପୁଟୁଳି ଖୋଲାଯାଇଥାଏ। ହୋମ ଶେଷରେ ମା’ଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧିବା ପରେ ଅପରାଜିତା ହୋମ ଉଦ୍‌ଯାପିତ ହୋଇଥାଏ। ହୋମ ପରେ ଶୁଖିଲା ପ୍ରସାଦ ବ୍ରାହ୍ମଣ ଠାରୁ ସମସ୍ତେ ସେବନ କରିଥାନ୍ତି।
ଜୟଧ୍ୱନି, ମନ୍ତ୍ରଉଚ୍ଚାରଣରେ ପ୍ରକମ୍ପିତ ହୋଇଥାଏ ପରିବେଶ। ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ବାତାବରଣ। ହୋମ ସମାପ୍ତି ପରେ ଠାକୁରାଣୀ ଆଟୋପ ପଟୁଆରରେ ନିଜ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଏହି ଗ୍ରାମରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଛି। ହିନ୍ଦୁ ଦେବଦେବୀଙ୍କ ପୂଜା ମୁସଲମାନ ସମ୍ପ୍ରଦାୟ ଏବଂ ମୁସଲମାନଙ୍କ ପର୍ବରେ ହିନ୍ଦୁ ମାନେ ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇଥାନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସୁ ସମ୍ପର୍କ ରହିଛି। ମୁସଲମାନ ମାନଙ୍କ ଇଦ, ମହରମରେ ହିନ୍ଦୁମାନେ ଅତି ଆଗ୍ରହର ସହ ସାମିଲ ହୋଇଥାନ୍ତି। ଗାନ୍ଧିଜୀଙ୍କ ବାଣୀ ହିନ୍ଦୁ ମୁସଲିମ, ଶିଖ, ଇସାଇ ସବ୍‌ ହେଁ ଭାଇ ଭାଇର ପ୍ରକୃତ ଝଲକ ମାଣିକାଗୋଡ଼ା ଦଶହରାରେ ପ୍ରତିଫଳନ ହୋଇଥାଏ।
– ଅମିୟ ପଟ୍ଟନାୟକ, ଆଇନଜୀବୀ
ପୁରୀ ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମାଣିକଗୋଡ଼ା ଠାକୁରାଣୀଙ୍କ ନିକଟରେ ପାଳିତ ଦଶହରା ପର୍ବର ପରମ୍ପରା ଅତି ପ୍ରାଚୀନ। ଏଠି ସମସ୍ତେ ମିଳିମିଶି ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ପୂର୍ବକ ଉତ୍ସବ ପାଳନ କରନ୍ତି।
– ଅବଦୁଲ ଜବାର ଖାଁ,ମାଣିକଗୋଡ଼ା
ଏହା ମାଣିକଗୋଡ଼ା ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁସଲମାନଙ୍କ ଦ୍ୱାରା ଠାକୁରାଣୀଙ୍କୁ ସମର୍ପିତ ପ୍ରସାଦକୁ ହିନ୍ଦୁ ଭାଇମାନେ ଅତି ଆଦରର ସହ ଗ୍ରହଣ କରିଥାନ୍ତି। ସବୁଠି ଦଶହରା ପାଳିତ ହୋଇଥାଏ। କିନ୍ତୁ ମାଣିକଗୋଡାରେ ଯେପରି ପାଳିତ ହୋଇଥାଏ, ତାହା ପ୍ରକୃତରେ ନିଆରା। ଉଭୟ ସମ୍ପ୍ରଦାୟ ଅତି ଆନନ୍ଦ ଉଲ୍ଲାସରେ ଏହା ପାଳନ କରନ୍ତି। ଏହି ପରମ୍ପରା ଦେଖିବାକୁ ମାଣିକଗୋଡ଼ା ଦଶହରାରେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
– ରାଜେନ୍ଦ୍ର ସାହୁ, ବିଧାୟକ, ବେଗୁନିଆ
– ରିପୋର୍ଟ: ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍‌ ପଶିଯାଇଛି। ସୂଚନାନୁଯାୟୀ,...

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri