ଲଣ୍ଡନ/କାର୍ଡିଫ,୨୬।୩ : ବ୍ରିଟେନ ଏବଂ ୱେଲ୍ସର ସମସ୍ତ ଧାର୍ମିକ ଗୋଷ୍ଠୀଙ୍କ ମଧ୍ୟରେ ହିନ୍ଦୁମାନେ ସବୁଠାରୁ ସୁସ୍ଥ ଏବଂ ଫିଟ। ସେମାନଙ୍କ ମଧ୍ୟରେ ଦିବ୍ୟାଙ୍ଗତା ସଂଖ୍ୟା ମଧ୍ୟ ସର୍ବନିମ୍ନ ଅଟେ। ନୂତନ ଜନଗଣନା ତଥ୍ୟରୁ ଏହା ଜଣ ପଡ଼ିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମୋଟ ଜନସଂଖ୍ୟାର ୮୨ ପ୍ରତିଶତଙ୍କ ତୁଳନାରେ ୨୦୨୧ ମସିହାରେ ୮୭.୮ ହିନ୍ଦୁଙ୍କ ସ୍ବାସ୍ଥ୍ୟ ବହୁତ ଭଲ କିମ୍ବା ଭଲ ଥିଲା। ହିନ୍ଦୁମାନଙ୍କର ସର୍ବନିମ୍ନ ଦିବ୍ୟାଙ୍ଗତା ୮.୮ ପ୍ରତିଶତ ରହିଛି। ତା’ପରେ ଶିଖଙ୍କର ୧୦.୮ ପ୍ରତିଶତ ଏବଂ ମୁସଲମାନଙ୍କର ୧୧.୩ ପ୍ରତିଶତ ରହିଛି। ଏହା ଇଂଲଣ୍ଡ ଏବଂ ୱେଲ୍ସର ୧୭.୫ ପ୍ରତିଶତ ତୁଳନାରେ ବହୁତ କମ ଅଟେ।
ସ୍ବ-ଘୋଷଣା ଉପରେ ଆଧାରିତ ତଥ୍ୟ ଅନୁଯାୟୀ, ସମୁଦାୟ ଜନସଂଖ୍ୟାର ୩୩.୮ ପ୍ରତିଶତ ତୁଳନାରେ ହିନ୍ଦୁମାନଙ୍କର ଯୋଗ୍ୟତାସ୍ତର ୪ କିମ୍ବା ତଦୁର୍ଦ୍ଧ୍ୱ ରହିଛି। ଯୋଗ୍ୟତା ପ୍ରତିଶତ ୫୪.୮ ରହିଛି। ସେହିପରି ୩୧.୬ ପ୍ରତିଶତ ଖ୍ରୀଷ୍ଟିଆନମାନଙ୍କର ଯୋଗ୍ୟତା ସ୍ତର ରହିଛି। ଏହା ସମସ୍ତ ଧର୍ମ ତୁଳନାରେ ସର୍ବନିମ୍ନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଜନଗଣନା ତଥ୍ୟରୁ ଜଣାପଡିଛି ଯେ ଇହୁଦୀମାନଙ୍କ ପରେ ହିନ୍ଦୁମାନଙ୍କର ସର୍ବାଧିକ ବୃତ୍ତିଗତ ବୃତ୍ତି ରହିଛି। ବୃତ୍ତି ’ପରିଚାଳକ, ନିର୍ଦ୍ଦେଶକ କିମ୍ବା ବରିଷ୍ଠ କାର୍ଯ୍ୟନିର୍ବାହୀ କ୍ଷେତ୍ରରେ ୧୪.୨ ପ୍ରତିଶତ ହିନ୍ଦୁ ଅଛନ୍ତି। ବୃତ୍ତିଗତ ବୃତ୍ତିରେ ସର୍ବାଧିକ ୩୪.୨ ପ୍ରତିଶତ ଲୋକ ଅଛନ୍ତି।