‘ଟାର୍ଗେଟ୍‌ରେ ହିନ୍ଦୁ’

ଅଟାଓ୍ବା,୨ା୨: ଅତୀତରେ କାନାଡାର ବ୍ରମ୍ପଟନରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଗୌରୀଶଙ୍କର ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ମନ୍ଦିରରେ ଭଙ୍ଗାରୁଜା ପରେ ଖଲିସ୍ତାନ ସମର୍ଥକ ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା। ଏହି ସମୟରେ ଗୁରୁବାର କାନାଡା ସଂସଦରେ ଭାରତୀୟ ମୂଳ ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ କାନାଡାର ହିନ୍ଦୁମାନଙ୍କ ପ୍ରତି ଘୃଣା ପ୍ରସଙ୍ଗ ଉଠାଇଥିଲେ।

ଆର୍ଯ୍ୟ କହିଛନ୍ତି, ହିନ୍ଦୁଫୋବିୟା ଦେଶରେ ଜନ୍ମ ନେଉଛି ଏବଂ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେ କହିଛନ୍ତି, ହିନ୍ଦୁମାନଙ୍କ ବିରୋଧରେ ଘୃଣ୍ୟ ଅପରାଧ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ହିନ୍ଦୁମାନେ ଅତ୍ୟନ୍ତ ଦୁଃଖୀ। ସେ କହିଛନ୍ତି, ପୂର୍ବରୁ ଏହି ସମସ୍ତ ଘୃଣ୍ୟ କାର୍ଯ୍ୟ ସୋସିଆଲ ମିଡିଆରେ ଘଟୁଥିଲା କିନ୍ତୁ ବର୍ତ୍ତମାନ ଏହା ଶାରୀରିକ ହିଂସାରେ ପରିଣତ ହୋଇଛି। ଏହା ସହିତ ଆର୍ଯ୍ୟ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ କାନାଡା ସରକାରଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି, ମୁସଲମାନମାନଙ୍କ ପରି ବର୍ତ୍ତମାନ ହିନ୍ଦୁମାନଙ୍କୁ ମଧ୍ୟ କାନାଡାରେ ଟାର୍ଗେଟ କରାଯାଉଛି।

Share