Advertisement
Categories: ଜାତୀୟ

ଗିରିରାଜଙ୍କ ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ବେଗୁସରାଇ,୧୯ା୧୨: ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଗିରିରାଜ ବହାରର ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ନିଜ ସମର୍ଥକମାନଙ୍କୁ ହଲାଲ ମାଂସ ପରିତ୍ୟାଗ କରିବାକୁ ପ୍ରତିଜ୍ଞା କରାଇଛନ୍ତି। ହଲାଲ ମାଂସ ଖାଇ ଧର୍ମ ନଷ୍ଟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଭାଜପା ନେତାଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ହିନ୍ଦୁମାନେ ଯେତେବେଳେ ବଳି ଦିଅନ୍ତି ସେମାନେ ଗୋଟିଏ ଷ୍ଟ୍ରୋକ୍‌ରେ କରିଥାଆନ୍ତି। ଏପରି ସ୍ଥଳେ ସେମାନେ ହଲାଲ ମାଂସ ଖାଇ ନିଜକୁ ଅପବିତ୍ର କରିବା ଅନୁଚିତ। ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share