Categories: ଜାତୀୟ

ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦିଅନ୍ତୁ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ବେଗୁସରାଇ,୧୮ା୧୨: ପ୍ରାଣୀ ହତ୍ୟାର ହିନ୍ଦୁ ଉପାୟ ହେଉଛି ଝଟ୍‌କା। ହିନ୍ଦୁମାନେ ଯେତେବେଳେ ବି ବଳି ଦିଅନ୍ତି ସେମାନେ ଗୋଟିଏ ଷ୍ଟ୍ରୋକ୍‌ରେ କରିଥାଆନ୍ତି। ଏପରି ସ୍ଥଳେ ସେମାନେ ହଲାଲ ମାଂସ ଖାଇ ନିଜକୁ ଅପବିତ୍ର କରିବା ଅନୁଚିତ। ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦେବା ଉଚିତ ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପରାମର୍ଶ ଦେଇଛନ୍ତି।
ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଗିରିରାଜ ବିହାରର ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ନିଜ ସମର୍ଥକମାନଙ୍କୁ ସେ ହଲାଲ ମାଂସ ପରିତ୍ୟାଗ କରିବାକୁ ପ୍ରତିଜ୍ଞା କରାଇଛନ୍ତି। ହଲାଲ ମାଂସ ଖାଇ ଧର୍ମ ନଷ୍ଟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଏହି ହିନ୍ଦୁବାଦୀ ଭାଜପା ନେତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି।

Share