ଅଯୋଧ୍ୟା,୫।୨: ବାରଣାସୀର ଜ୍ଞାନବାପି ମସଜିଦ ପରିସରରେ ଥିବା ବ୍ୟାସ ତେଖାନାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ତେବେ ଏହାରି ଭିତରେ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜଙ୍କ ଏମ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯଦି ତିନୋଟି ବନ୍ଦିର(ଅଯୋଧ୍ୟା, ଜ୍ଞାନବାପି ଓ କୃଷ୍ଣ ଜନ୍ମଭୂମି)ଆମକୁ ଶାନ୍ତିର ସହ ମିଳିଯିବ ତାକ୍ଷହେଲେ ଆମେ ସବୁ ପଛକଥା ଭୁଲିଯିବୁ। ଏହି ୩ଟି ମନ୍ଦିର ମୁକ୍ତ ହୋଇଗଲେ ଆମେ ଅନ୍ୟ ମନ୍ଦିର ଆଡକୁ ଆଖି ଉଠେଇ ଦେଖିବାକୁ ଇଛା ହେବନାହିଁ। କାରଣ ଆମକୁ ଭବିଷ୍ୟରେ ବଞ୍ଚିବାର ଅଛି, ଅତୀତରେ ନୁହେଁ।
#WATCH | Pune, Maharashtra: Treasurer of Sri Ram Janambhoomi Trust Govind Dev Giri Maharaj says “We do not even desire to look at the other temples if three temples are freed because we have to live in the future and not in the past. The country’s future should be good and if we… pic.twitter.com/D4d4fQgViz
— ANI (@ANI) February 5, 2024
ସେ ଆହୁରି କହିଛନ୍ତି, ମୁଁ ହାତଯୋଡି ନିବେଦନ କରୁଛି କି, ଏହି ୩ଟି ମନ୍ଦିର ଆକ୍ରମଣ ଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହୋଇଛି। ହିନ୍ଦୁ ଏଥିପାଇଁ ବେଶୀ କଷ୍ଟ ଭୋଗିଛନ୍ତି। ତେଣୁ ମୁସଲିମ ପକ୍ଷ ଏହି କଥାକୁ ଶାନ୍ତିର ସହ ବୁଝିଲେ ଏଥିରେ ଭାଇଚାରା ବୃଦ୍ଧି ପାଇବ।