Categories: ଜାତୀୟ

ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ: ସ୍ମୃତି

ଚେନ୍ନାଇ,୭ା୪: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତ୍ରୀ ସ୍ମୃତି ଇରାନୀ ତାମିଲନାଡୁର ଚେନ୍ନାଇରେ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ଲୋକମାନେ ଆସିଛନ୍ତି, ଯାଇଛନ୍ତି। କିନ୍ତୁ ‘ହିନ୍ଦୁସ୍ତାନ’ ଅଛି, ଥିଲା ଏବଂ ରହିବ।’ ରାହୁଲଙ୍କ ପାରିବାରିକ ଦୁର୍ଗ ଆମେଠିରୁ ସ୍ମୃତି ରାହୁଲଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ସେ କହିଛନ୍ତି, କଂଗ୍ରେସ ଏମ୍‌ପି ଏଥର ମଧ୍ୟ ଓ୍ବୟାନାଡ ଆସନରୁ ନିର୍ବାଚନ ହାରିଯିବେ।

ଚେନ୍ନାଇର କେନ୍ଦ୍ରୀୟ ଆସନରୁ ଭାଜପା ପ୍ରାର୍ଥୀ ବିନୋଜ ପି. ସେଲଭାମଙ୍କ ପାଇଁ ପ୍ରଚାର କରୁଥିବା ବେଳେ ସ୍ମୃତି କଂଗ୍ରେସ ସମେତ ବିରୋଧୀ ଦଳ ଉପରେ ଜୋରଦାର ବର୍ଷିଥିଲେ। ସେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗ ଏବଂ କେରଳ ଭଳି ରାଜ୍ୟରେ ଘଟିଥିବା ଘଟଣାଗୁଡ଼ିକ ବିଷୟରେ କହିଥିଲେ। ଯେଉଁଠାରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ବିରୋଧରେ ହିଂସା ସୃଷ୍ଟି ହୋଇଥିଲା।

ଯଦି ମୋର ସ୍ବର ରାହୁଲସ୍‌ଙ୍କ ପାଖରେ ପହଞ୍ଚେ ତେବେ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ତୁମ ଭଳି ଅନେକ ଲୋକ ଆସିଛନ୍ତି ଏବଂ ଅନେକ ଲୋକ ଯାଇଛନ୍ତି; ଭାରତ ଅଛି, ଥିଲା ଏବଂ ରହିବ।

Share