Categories: ଜାତୀୟ

କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ପ୍ରତାରଣା କରାଯିବ ନାହିଁ…

ମୁମ୍ବାଇ, ୨୧।୬ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଶିବସେନାର ବିଧାନସଭା ଦଳର ନେତା ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟର କିଛି ସମୟ ପରେ ଏକନାଥ ସିନ୍ଦେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଉଦ୍ଧବ ଠାକରେଙ୍କୁ ହିନ୍ଦୁତ୍ୱକୁ କ୍ଷମତା ପାଇଁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି।

ଏକନାଥ ସିନ୍ଦେ ଟୁଇଟ କରି କହିଛନ୍ତି, ’ଆମେ ବାଲାସାହେବ ଠାକରେର ଶିବ ସୈନିକ । ବାଲାସାହେବ ଆମକୁ ହିନ୍ଦୁତ୍ୱ ବିଷୟରେ ଶିକ୍ଷା ଦେଇଥିଲେ । ହିନ୍ଦୁତ୍ୱ ପ୍ରତି ଆମେ କେବେ ବି ବିଶ୍ୱାସଘାତକତା କରିବୁ ନାହିଁ। ବାଲାସାହେବ ଠାକରେ ଯାହା ଶିଖାଇଛନ୍ତି, ସେହି ନୀତି ସହିତ ଆମେ ଅଛୁ।

ଏକନାଥ ସିନ୍ଦେଙ୍କ ଟୁଇଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଭାଜପା ସହ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ବାଲାସାହେବଙ୍କ ହିନ୍ଦୁତ୍ୱ ଶିକ୍ଷା ବିଷୟରେ ଉଦ୍ଧବ ଠାକରେଙ୍କୁ ମନେ ପକାଇ ଏକନାଥ ସିନ୍ଦେ ସ୍ପଷ୍ଟ କରିଛନ୍ତି ଯେ ସେ ଶିବସେନା ମିଳିତ ସରକାରରେ ସନ୍ତୁଷ୍ଟ ନୁହଁନ୍ତି। ଏକନାଥ ସିନ୍ଦେ ବାଲାସାହେବ ଠାକରେଙ୍କ ଜଣେ ବିଶ୍ୱସ୍ତ ନେତା ଭାବରେ ବିବେଚିତ ହୋଇଥିଲେ। ଏଭଳି ପରିସ୍ଥିତିରେ ବାଲାସାହେବ ଠାକରେଙ୍କ ଶିକ୍ଷାକୁ ଦର୍ଶାଇ ସେ ଉଦ୍ଧବ ଠାକରେଙ୍କ ଉପରେ ସେ ଆକ୍ରମଣ କରିଛନ୍ତି।

ଏନସିପିକୁ ମିଳିତ ମଞ୍ଚରେ ଅଧିକ ଗୁରୁତ୍ୱ ଦିଆ ଯାଉଥିବାରୁ ସେ ବିରକ୍ତ ହୋଇଥିଲେ। ଗୋଟିଏ ପଟେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ମନ୍ତ୍ରୀ ପଦ ପାଇଥିଲେ, କିନ୍ତୁ ଶିବ ସୈନିକଙ୍କ ସମସ୍ୟା ଶୁଣିବା ପାଇଁ କୌଣସି ନେତା ଉପଲବ୍ଧ ନ ଥିଲେ। ଏହିପରି ସମସ୍ତ ପ୍ରସଙ୍ଗରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ଏହା ମଧ୍ୟ କୁହାଯାଉଛି ଯେ ଏକନାଥ ସିନ୍ଦେ ନିଜକୁ ମୁଖ୍ୟମନ୍ତ୍ରୀ ହେବାକ ଚାହୁଁଥିଲେ, କିନ୍ତୁ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ ଯୋଗୁ ଅପ୍ରତ୍ୟାଶିତ ଭାବରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Share