ଟ୍ରକ୍‌କୁ ଓଭରଟେକ୍‌ କଲା ହାଇଓ୍ବା : ଧକ୍କା ଦେଇ ଷ୍ଟେରିଂ ଚାପିହେଲେ ଡ୍ରାଇଭର

ଫୁଲନଖରା,୨୬।୭:(ଡି.ଏନ୍‌.ଏ.): କଟକ ଭୁବନେଶ୍ବର ୧୬ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରକ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଅନୁଯାୟୀ, ଏକ ଟ୍ରକ୍‌ ନଂ(ଏଚ୍‌ଆର୍‌୪୬ଇ୪୮୯୯) କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବମ୍ଫକୁଦ ଛକ ନିକଟରେ ଏକ ହାଇୱା ତାକୁ ଓଭରଟେକ୍‌ କରି ଆଗକୁ ଆସିଥିଲା। ଟ୍ରକ୍‌ ଡ୍ରାଇଭର ହାଇୱା ପଛପଟୁ ଧକ୍କା ଦେବାରୁ ଗାଡ଼ିର ଷ୍ଟେରିଂ ଚାପି ହୋଇ ଯାଇଥିଲେ। ସେ ଗାଡ଼ି ଭିତରୁ ବାହାରକୁ ବାହାରି ପାରି ନ ଥିଲେ। ଏହି ସମୟରେ ସମାଜ ସେବକ ଟୁନା ଜେନା ଓ ଅନ୍ୟାନ୍ୟ ସହୃଦୟ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଷ୍ଟେରିଂ କୁ କାଟି ଡ଼୍ରାଇଭରଙ୍କୁ ବାହାର କରିଥଲେ।