ବାଲିଗୁଡ଼ା,୨୨ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ୫୯ ନଂ. ଜାତୀୟ ରାଜପଥର ବସ୍ଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ୍ ଉପରକୁ ଏକ ହାଇଓ୍ବା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଚଢ଼ିଯାଇଛି। ଫଳରେ ଡ୍ରେନ ଉପରେ ଫୁଟପାଥ୍ରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବହୁ ଜିନିଷପତ୍ର ନଷ୍ଟ ହେବା ସହ ଏକ ଜାଲ ଦୋକାନୀ ଗୁରୁତର ହୋଇଛନ୍ତି। ଦୋକାନୀ ଜଣକ କୋଲକାତା ମାଲଦା ଜିଲ୍ଲାର ରାମଶଙ୍କର ଟୋଲା ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ବାଲିଗୁଡା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ହାଇଓ୍ବା ସହ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି l