Categories: ଫୁରସତ

ହୃଦୟଥରା ଦୃଶ୍ୟ ଶିଶୁ ଜଳହସ୍ତୀକୁ ଗଭୀର ଜଳରେ ଘଣ୍ଟାଘଣ୍ଟା ଖୋଜୁଛି, ମା’ ପରେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି, ଯାହା ଦକ୍ଷିଣ ଆଫ୍ରିକାର ‘ପାଇଲାନ୍ସବର୍ଗ ଗେମ ରିଜର୍ଭ’ରୁ ଆସିଛି। ଏହି କ୍ଲିପରେ ଏକ ଜଳହସ୍ତୀ  ଶିଶୁ ଜଳହସ୍ତୀ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଜଳହସ୍ତୀଟି ଶିଶୁ ଜଳହସ୍ତୀଟିକୁ ଉଠାଇ ଜଳାଶୟରେ ଫୋପାଡ଼ି ଦେଉଛି। ମାତ୍ର ଏହି ସମୟରେ ଶିଶୁ ଜଳହସ୍ତୀଟିକୁ  ମା’  ବଞ୍ଚାଇବାକୁ ଆସି ଶେଷରେ ସୁରକ୍ଷିତ ଭାବରେ ଜଳାଶୟରୁ ବାହାର କରୁଛି।
ଏହି ରୋମାଞ୍ଚକର ଘଟଣା ଶାରନ କ୍ଲପର୍‌, ମିସେଲ ଭାଜିଓନାକିସ ଏବଂ ଜେନି ନାମକ ତିନିଜଣ ପର୍ଯ୍ୟଟକ ସେହି ସମୟରେ ରିଜର୍ଭରେ ଥିବା ସମୟରେ ରେକର୍ଡ କରିଥିଲେ। ପରେ  ଏହାକୁ ୧୪ ଫେବୃଆରୀରେ ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିଥିଲା ।
ଅନେକ ଘଣ୍ଟାର ପରିଶ୍ରମ ପରେ ମା’ ଶିଶୁଟିକୁ ପାଣି ଭିତରୁ ଟାଣି ଆଣିବାରେ ସଫଳ ହୋଇଥିଲେ। ମାତ୍ର ଏହି ଆକ୍ରମଣରେ ସେ ଗୁରୁତର ହୋଇଥିଲେ। ରିଜର୍ଭରେ ଉପସ୍ଥିତ ପର୍ଯ୍ୟଟକମାନେ କହିଛନ୍ତି, ଶିଶୁଟିର ଶରୀରରେ କ୍ଷତ ଅଛି। ତାଙ୍କ ପିଠି ଗୋଡରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ଚାଲିବାକୁ ଅସମର୍ଥ ହୋଇଥିଲେ।
Share