ନୂଆଦିଲ୍ଲୀ,୭ା୧୧: ଭାରତର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୀରାଲାଲ୍ ସମରିୟା ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୬୩ ବର୍ଷୀୟ ହୀରାଲାଲ୍ଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ୍ ଧନ୍କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ଆଇଏଏସ୍ ଅଫିସର ହୀରାଲାଲ୍ ଶ୍ରମ ଓ ନିୟୋଜନ ସଚିବ ଭାବେ ପୂର୍ବରୁ କାର୍ଯ୍ୟ କରିଥିଲେ। ଅକ୍ଟୋବର ୩ରେ ଓ୍ବାଇ.କେ. ସିହ୍ନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କେନ୍ଦ୍ରୀୟ ସୂଚନା ଆୟୋଗର ଶୀର୍ଷ ପଦ ଖାଲି ପଡ଼ିଥିଲା।