କରୀନାଙ୍କୁ ମୋଟି କହି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ମୋଟି କହି ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ହୀରା ମଣି। ସୋସିଆଲ ମିଡିଆରେ ହୀରାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା।

ଏକ ସାକ୍ଷାତକାରରେ ହୀରାମଣି କହିଛନ୍ତି, ‘ମୁଁ ଏଥର ଓଜନ କମାଇଛି, ମୋର କୌଣସି ପ୍ରଶିକ୍ଷକ ନ ଥିଲେ। ମୋର ଓଜନ ବହୁତ ବଢ଼ିଯାଇଥିଲା। ଏପରିକି ମୋର ଓଜନ ୬୪ କିଲୋଗ୍ରାମ ଥିଲା। ମୋତେ ମୋ’ ସ୍ବାମୀ ସବୁବେଳେ ମୋଟି ମୋଟି କୁହନ୍ତି। ତାଙ୍କ କଥା ଶୁଣି ୩ ମାସରେ ମୋ ଓଜନକୁ ୧୦ କିଲୋଗ୍ରାମ କମାଇଥିଲି। ପ୍ରଶିକ୍ଷକ ଯାହା କରିପାରିଲେ ନାହିଁ, ମୋ ସ୍ବାମୀ ଏହା କରିଦେଲେ।

ହୀରା ମଣି କରୀନାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସେ ବର୍ତ୍ତମାନ ବହୁତ ମୋଟା ହୋଇଯାଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ‘ଏହା ମୋତେ ଏତେ ଅପମାନିତ କରେ। କାରଣ ମୋ ସ୍ବାମୀ କ୍ୟାଟ୍ରିନା, କରୀନାଙ୍କୁ ଦେଖିବା ପାଇଁ ମୋତେ କୁହନ୍ତି। କରୀନା ବର୍ତ୍ତମାନ ମୋଟା ହୋଇଯାଇଛନ୍ତି। ମୁଁ କୁହେଁ ମୁଁ କ୍ୟାଟ୍ରିନା ନୁହେଁ କି ଦୀପିକା ନୁହେଁ। ମୋର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ଏହି କଥା ମୋତେ ବହୁତ କଟେ ଦିଏ। ଏବେ ମୁଁ ଭାବୁଛି ସ୍ବାମୀ ଅପମାନ କରି ଭଲ କରିଛନ୍ତି। ମହିଳାମାନେ ତାଙ୍କ ଓଜନ କମାଇ ପାରିବେ।

Share