ଏଣିକି ୧ ନମ୍ବର ପ୍ଲାଟଫର୍ମରେ ରହିବ ହୀରାଖଣ୍ଡ

ଜୟପୁର,୧୪ା୧୨ (ନି.ପ୍ର.): ପୂର୍ବତଟ ରେଳବାଇର ଓ୍ବାଲଟିୟର ଡିଭିଜନ ଡିଆର୍‌ଏମ ଅନୁପ ଶତପଥୀ ଜଗଦଲପୁରରୁ ବିଶାଖାପାଟଣା ଗସ୍ତ ସମୟରେ ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ଡିଆରଏମଙ୍କ ଗସ୍ତ ସୂଚନା ପାଇ ଜୟପୁରର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ ଜୟପୁର ରେଳଷ୍ଟେସନର ଅପଗ୍ରେଡେସନ ହେବ। ୧ ନମ୍ବର ପ୍ଲାଟଫର୍ମରେ ହୀରାଖଣ୍ଡ ଲାଗିବ ବୋଲି ଏହି ଅବସରରେ ଶତପଥୀ ସୂଚନା ଦେଇଥିଲେ। ସିପିଆଇ ପକ୍ଷରୁ ମଧ୍ୟ ଏନେଇ ଦାବି କରାଯାଇଥିଲା। ୨ନଂ. ପ୍ଲାଟଫର୍ମରେ ହୀରାଖଣ୍ଡ ଲାଗୁଥିବାରୁ ଲୋକେ ହଇରାଣ ହେଉଛନ୍ତି ବୋଲି ସିପିଆଇ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ଜନ କଲ୍ୟାଣ ମଞ୍ଚ ତରଫରୁ ପ୍ରତ୍ୟହ ଭୁବନେଶ୍ୱରରୁ ବିଶାଖାପାଟଣା ଆସୁଥିବା ଟ୍ରେନ କୋରାପୁଟ ଯାଏ ଭାୟା ଆରକୁ ଦେଇ ସଂପ୍ରସାରଣ କଲେ ଅବିଭକ୍ତ କୋରାପୁଟ ବାସିନ୍ଦା ଉପକୃତ ହେବେ ବୋଲି ମଞ୍ଚର ରାଜେନ୍ଦ୍ର ଗୌଡ, ବାଲା ରାୟ ପ୍ରକାଶ କରିଥିଲେ। ସେହିପରି ସିପିଆଇ କୋରାପୁଟ ଜିଲା ପରିଷଦ ଏକ ଦାବିପତ୍ର ଡିଆରଏମ୍‌ଙ୍କୁ ଦେଇଛି। ଏଥିରେ ଜୟପୁର ରେଳ ଷ୍ଟେସନରେ ଥିବା ଫୁଟ ଓଭର ବ୍ରିଜର ଉଭୟ ପାର୍ଶରେ ଖସଡ଼ା ପଥ ଗ୍ଳାଇଡିଂ ସ୍ଳୋପ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଯାତ୍ରୀମାନେ ଟ୍ରଲି ବ୍ୟାଗ କିମ୍ବା ସୁଟକେସ ଧରି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ସହଜରେ ଯାଇପାରିବେ। ହୁଇଲ ଚେୟାରରେ ବୟସ୍କ ଓ ରୋଗୀମାନଙ୍କୁ ମଧ୍ୟ ନେବା ସହଜ ହେବ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପ୍ଲାଟଫର୍ମର ରେଷ୍ଟସେଡ ପରିବର୍ଦ୍ଧିତ କରି ସେଠାରେ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା କରିବା, ମାଲକାନଗିରି-ଜୟପୁର-ଜୁନାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିିତ କରିବା, ଜଗଦଲପୁରରୁ ଦିଲ୍ଲୀ ଓ ମୁମ୍ବାଇ ମେଟ୍ରୋ ସିଟି ସହ ଟ୍ରେନ ସଂଯୋଗୀକରଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡିଆରଏମ୍‌ ଶତପଥୀ ସମସ୍ତଙ୍କ ଦାବି ଶୁଣି ରେଳବାଇ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଅବଗତ କରାଇଥିଲେ। ଷ୍ଟେସନର ଉଭୟ ପାର୍ଶରେ ଲିଫ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଏଲିଭେଟର୍‌ ସିଷ୍ଟମ କରିବା, ଲଗେଜ ବୁକିଙ୍ଗ ବ୍ୟବସ୍ଥା କରିବା ପାଇଁ ସେ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦାବିପତ୍ର ପ୍ରଦାନ ବେଳେ ଜିଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି...

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ...

୬ ମାସ ହେଲା ଅଚଳ ବିଦ୍ୟାଳୟରେ ଥିବା ସୋଲାର ଟାଙ୍କି, ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଲାଗି ଘୋର ସମସ୍ୟା

କେସିଙ୍ଗା,୨୧।୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ କିକିଆ ଗ୍ରାମସ୍ଥିତ ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ୨୦୦୪ ମସିହାରେ ସ୍ଥାପିତ ହୋଇଛି।...

କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

କୋରାପୁଟ/ପଟ୍ଟାଙ୍ଗି,୨୧।୪(ଅମିତାଭ ବେହେରା/ଶରତ କୁମାର ଧଳ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି...

ପୂର୍ବତନ ଡିଜିପିଙ୍କୁ ମାଛ ଖାଇବାକୁ ଦେଇ ଛୁରୀ ଭୁସି ଦେଇଥିଲେ ସ୍ତ୍ରୀ, ତଦନ୍ତରୁ ହେଲା ବଡ଼ ଖୁଲାସା

ବେଙ୍ଗାଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ ପ୍ରକାଶଙ୍କ ହତ୍ୟା ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ସୂଚନା ଆସିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image