ହୀରାକୁଦ ଡ୍ୟାମ୍‌ର ୧୪ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୨୯ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ବୁଧବାର ୧୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମିଳିଥିବା ରିପୋର୍ଟ ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୦୭.୧୭ ଫୁଟ୍‌ ରହିଛି। ୧୪ ଗେଟ୍‌ ଦେଇ ୨ ଲକ୍ଷ ୪ ହଜାର ୨୪୩ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ପାୱାର ଚ୍ୟାନେଲ ୧୬,୫୫୫, ଶିଳ୍ପ ପାଇଁ ୨୭୨, ଚାଷ ପାଇଁ ବିଭିନ୍ନ କେନାଲରେ ୩୭୫୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୫ ହଜାର ୭୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୫ ହଜାର ୨୪୩ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ପର୍ଥଲାରେ ୧୭ ହଜାର ୪୫୦, ଖଇରମାଲରେ ୨ ଲକ୍ଷ ୧୪ ହଜାର ୫୦୦, ବରମୁଲାରେ ୧ ଲକ୍ଷ ୮୫ ହଜାର ୭୬୭, ମୁଣ୍ଡଳୀରେ ୧ ଲକ୍ଷ ୧୮ ହଜାର ୭୬୭ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ ମଙ୍ଗଳବାର ପ୍ରତି ସେକେଣ୍ଡରେ ୧ ଲକ୍ଷ ୨ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିଲା। ହେଲେ ବୁଧବାର ଏହା କମିଯାଇ ୮୫,୭୫୦ କ୍ୟୁସେକରେ ପହଞ୍ଚତ୍ଛି। ସେହିପରି ଜଳଭଣ୍ଡାରରେ ଜଳସ୍ତର ମଙ୍ଗଳବାର ୬୦୯.୦୪ଫୁଟ୍‌ ରହିଥିବାବେଳେ ବୁଧବାର ୬୦୭. ୧୭ଫୁଟ୍‌ ରହିଛି।

Share