ହୀରାକୁଦରେ ୩୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ଅପରାହ୍ନରେ ହୀରାକୁଦ ଡ୍ୟାମ ଆଉ ଦୁଇଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୦ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଫଳରେ ସହରର ତଳିଆ ଅଞ୍ଚଳରେ ମହାନଦୀର ପଛୁଆ ପାଣି ପଶିଯାଇଛି।

ଆଜି ପୂର୍ବାହ୍ନ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୬.୯୧ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୩୫ ହଜାର ୩୦୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୯ ହଜାର ୪୯୮ ଘନଫୁଟ ଜଳ ନିଷ୍କାସିତ ହେଉଛି।

Share