ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ ରହିଛି। ତେବେ ଡ୍ୟାମ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି।

Share