ରିଲିଜ୍‌ ହେଲା ହିରଣ୍ୟକଶ୍ୟପ କନସେପ୍ଟ ଟିଜର, ଦମଦାର ଅବତାରରେ ନଜର ଆସିଲେ ରାଣା ଡାଗଗୁବତି

ଆମେରିକାରେ ଆୟୋଜିତ ସାନ ଡିଏଗୋ କମିକ-କନ୍ରେରେ ଯୋଗ ଦେଇ ସାଉଥ ସୁପରଷ୍ଟାର୍‌ ରାଣା ଡାଗଗୁବତିି ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତା ତାଙ୍କର ଆଗାମୀ ଫିଲ୍ମ ହିରଣ୍ୟକଶ୍ୟପ ବିଷୟରେ ଘୋଷଣା କରିଛନ୍ତି। ତେବେ ରାଣାଙ୍କୁ ଏଥିରେ ରାକ୍ଷାସ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର କନ୍ସେପ୍ଟ ଟିଜର ରିଲିଜ ହୋଇଛି ଯେଉଁଥିରେ ରାଣାଙ୍କ ଦମଦାର ଅଭିନୟ ଫ୍ୟାନ୍ସଙ୍କ ମନ ଜିତି ଯାଇଛି।

ପ୍ରଖ୍ୟାତ ନିର୍ଦ୍ଦେଶକ ତ୍ରିଭିକ୍ରମ ଶ୍ରୀନିବାସ ଫିଲ୍ମ ‘ହିରଣ୍ୟକଶ୍ୟପ’ର କାହାଣୀ ଲେଖିଛନ୍ତି। ଏଥି ସହିତ, ପ୍ରଶଂସକମାନେ ରାଣାଙ୍କୁ ରାକ୍ଷାସ ରାଜା ଭୂମିକାରେ ଦେଖି ବହୁତ ଉତ୍ସାହିତ ଅଛନ୍ତି।

Share