Categories: ଜାତୀୟ

ଧୀରେନ୍ଦ୍ର ଓଝା ସିବିସି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨।୯: ୧୯୯୦ ବ୍ୟାଚ୍‌ ଭାରତୀୟ ସୂଚନା ସେବା(ଆଇଆଇଏସ୍‌) ଅଧିକାରୀ ଧୀରେନ୍ଦ୍ର ଓଝା ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ କମ୍ୟୁନିକେଶନ(ସିବିସି)ର ମହାନିର୍ଦ୍ଦେଶକ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିସି ମହାନିର୍ଦ୍ଦେଶକ ଥିବା ବରିଷ୍ଠ ଆଇଆଇଏସ୍‌ ଅଧିକାରୀ ମନୀଷ ଦେଶାଇ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ଓଝାଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଏହା ପୂର୍ବରୁ ଓଝା ନୂଆଦିଲ୍ଲୀସ୍ଥିତ ଆର୍‌ଏନ୍‌ଆଇର ପ୍ରେସ୍‌ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଛନ୍ତି। ଏପରି କି ଏନ୍‌ଏମ୍‌ଡବ୍ଲ୍ୟୁ ଏବଂ ଇଏମ୍‌ଏମ୍‌ସିର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଏବେ ମଧ୍ୟ ସେ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ।
୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଝା ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇ ଦକ୍ଷତାର ସହ କାର୍ଯ୍ୟ ତୁଲାଇଛନ୍ତି। ସେ ଭାରତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶକ ଏବଂ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏପରି କି ଦୁବାଇରେ ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଛନ୍ତି। ଓଝା ଦୂରଦର୍ଶନ ଏବଂ ଆକାଶବାଣୀର ବହୁ ପଦବୀରେ ରହି କାର୍ଯ୍ୟ କରିଛନ୍ତି।

Share