ଭାରତୀୟ ସଂସଦରେ ପ୍ରତିବର୍ଷ ପାଳିତ ହେଉଛି ହିରୋସୀମା ଦିବସ…

ଟୋକିଓ,୨୦।୫ : ଶନିବାର ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସଦରେ ପ୍ରତିବର୍ଷ ହିରୋସୀମା ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ସମୟରେ ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତା ଏବଂ ଶୁଭେଚ୍ଛାର ପ୍ରତୀକ ଭାବରେ ହିରୋସୀମା ସହରକୁ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ରାମ ଭାନଜୀ ସୂତାର ଏହି ୪୨ ଇଞ୍ଚ ଉଚ୍ଚ ପିତ୍ତଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।

Share