କିମ୍‌ଙ୍କଠାରୁ ବି ଅଧିକ ଷ୍ଟାଇଲିଷ୍ଟ ତାଙ୍କ ଝିଅ, ପିନ୍ଧୁଛନ୍ତି ଦାମୀ ଜ୍ୟାକେଟ୍‌, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୮ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ତାଙ୍କର ନିଷ୍ଠୁରତାର କାହାଣୀ କେବଳ ଉତ୍ତର କୋରିଆରେ ସୀମୀତ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଶକ୍ତି ପାଇଁ କିମ୍‌ ତାଙ୍କ ଲୋକଙ୍କୁ ଶୋଷଣ କରିବାଠାରୁ ଆରମ୍ଭ କରି ସମ୍ପର୍କୀୟମାନଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ରହିଥାଏ। ଯେତେବେଳେ ବି ଏ ବିଷୟରେ କୌଣସି ଖବର ଆସେ, ସେଥିରେ ଏପରି କିଛି କାରଣ ରହିଥାଏ, ଯାହା ପଛରେ ତର୍କ ଖୋଜିବା କଷ୍ଟକର ହୋଇଯାଏ।

ଏକଛତ୍ରବାଦୀ ଶାସକଙ୍କ ନିଷ୍ପତ୍ତି ଯେତିକି ଚର୍ଚ୍ଚା ତାଙ୍କ ପରିବାର ମଧ୍ୟ ସମାନ ଭାବରେ ଚର୍ଚ୍ଚାରେ ରହିଥାନ୍ତି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଉତ୍ତରାଧିକାରୀ କିଏ ହେବ ସେ ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି। କୁହାଯାଉଛି, କିମ୍‌ଙ୍କ ପରେ ତାଙ୍କ ସିଂହାସନ ଅଧିକାର କରିବେ ତାଙ୍କ ଭଉଣୀ। ଯିଏ ପୂର୍ବରୁ ଉତ୍ତର କୋରିଆ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଏହି ସମୟରେ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଦାବି କରିଛି ଯେ, କେବଳ କିମ୍‌ଙ୍କ ପ୍ରିୟ ଝିଅ ହିଁ ତାଙ୍କ ସିଂହାସନରେ ବସିବେ। ଆଉ କେହି ବି ବସିବେ ନାହିଁ।

ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି କହିଛି, ଏକଛତ୍ରବାଦୀ ଶାସକ କିମ୍‌ଙ୍କ ଝିଅ ଜୁ ଏଇ ତାଙ୍କ ଉତ୍ତରାଧିକାରୀ ହେବେ। ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ତାଙ୍କ ପିତାଙ୍କ ସହିତ କିପରି ନଜର ଆସୁଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଝିଅ ହିଁ ହେବେ କିମ୍‌ଙ୍କ ଉତ୍ତରାଧିକାରୀ। ୪୦ବର୍ଷୀୟ ଏକଛତ୍ରବାଦ ଶାସକଙ୍କ ଝିଅ ବର୍ତ୍ତମାନ ୧୧ ବର୍ଷ ବୟସର। ବିଶ୍ୱାସ କରାଯାଏ, ଯେତେବେଳେ କିମ୍‌ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଶକ୍ତି ହସ୍ତାନ୍ତର କରିବାକୁ ପଡ଼ିବ, ସେତେବେଳେ ସେ ତାଙ୍କର କୌଣସି ସମ୍ପର୍କୀୟଙ୍କ ପରିବର୍ତ୍ତେ ତାଙ୍କ ଝିଅକୁ ବିଶ୍ୱାସ କରିବେ।

ମାର୍ଚ୍ଚ ୨୦୨୩ରେ କିମ୍‌ ଜୁ ଏଇଙ୍କୁ ଏକ ଡିଆର ବ୍ରାଣ୍ଡ ଜ୍ୟାକେଟରେ ଦେଖିବାକୁ ମିଳିଥିଲା। ଯାହାର ମୂଲ୍ୟ ୧ ଲକ୍ଷ ୫୮ ହଜାରରୁ ଅଧିକ ଟଙ୍କାର। ସେ ଗୁଚିର ଚଷମା ପିନ୍ଧିଥିଲେ। ଏସବୁ ଏକ ସମୟରେ ଯେତେବେଳେ ଉତ୍ତର କୋରିଆର ଆର୍ଥିକ ସ୍ଥିତି ଖରାପ ଚାଲିଥିବା ବେଳେ ଏଠାରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି ଏବଂ ଲୋକମାନେ ଅନାହାରରେ ଅଛନ୍ତି। କିଛି ସମୟ ପୂର୍ବରୁ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଭୋକରେ କାନ୍ଦୁଥିବା ମହିଳାଙ୍କୁ ଦେଶର ସ୍ବାର୍ଥ ପାଇଁ ଯଥାସମ୍ଭବ ଅଧିକ ସନ୍ତାନ ପ୍ରସବ କରିବାକୁ ନିବେଦନ କରୁଥିବା ଜାଣିବାକୁ ମିଳିଛି।

Share