ପୁଅର ଜନ୍ମ ପ୍ରମାଣପତ୍ର ଆଣିବାକୁ ଯାଇ ଫସିଲେ ଏହି ବ୍ୟକ୍ତି, ଧରାପଡ଼ିଲା ଏସବୁ କଳାକାରନାମା

ନୂଆଦିଲ୍ଲୀ,୧୯ା୧୨: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭୁବନାଶ ଖରବନ୍ଧ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନକଲି ଦଲିଲ ଆଧାରରେ ଭୁବନାଶ ୨ କୋଟି ୭୬ ଲକ୍ଷ ବ୍ୟାଙ୍କକୁ ଠକିଛନ୍ତି। ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ଆଣିବା ପାଇଁ ସେ ପୋଲିସ ପାଖକୁ ଯାଇଥିଲେ। ଇକୋନୋମିକ ଅଫେନ୍ସ ଓ୍ବିଙ୍ଗ୍‌ର ଯୁଗ୍ମ ସିପି ଓପି ମିଶ୍ରଙ୍କ ଅନୁଯାୟୀ, ୨୦୧୨ରେ କର୍ପୋରେଶନ ବ୍ୟାଙ୍କର ବସନ୍ତ ବିହାର ଶାଖା ପକ୍ଷରୁ ଭୁବନାଶଙ୍କ ବିରୋଧରେ ଅଭିଯୋଗ ଆସିଥିଲା।
ଭୁବନାଶ ନିଜକୁ ଜଣେ ବିଲଡର ବୋଲି ପରିଚୟ ଦେଇ ଆସୁଥିଲେ। ପଟେଲନଗରରେ କାର୍ଯ୍ୟାଳୟ ଥିବା ବି.କେ ଏଣ୍ଟରପ୍ରାଇଜେସ ଲିମିଟେଡର ମାଲିକ ବୋଲି କହି ବୁଲୁଥିଲେ। ଭୁବନାଶ ତାଙ୍କର ଅଚଳାଚଳ ସମ୍ପତ୍ତି ଥିବା ଦର୍ଶାଇ ବ୍ୟାଙ୍କରୁ ୩୦୦ କୋଟି ଟଙ୍କା ଋଣ ଆଣିଥିଲେ। ବ୍ୟାଙ୍କ ମଧ୍ୟ ୨ କୋଟି ୭୬ ଲକ୍ଷ ଋଣ ଦେଇଥିଲା। କିନ୍ତୁ ପରେ ଜଣାପଡିଥିଲା ଯେ, ଭୁବନାଶ ଋଣ ନେବାବେଳେ ନକଲି କାଗଜପତ୍ର ସବୁ ଦେଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କର ସମ୍ପତ୍ତି ଅନ୍ୟ ବ୍ୟାଙ୍କରେ ଥିବା ମଧ୍ୟ ସେ ମିଥ୍ୟା କାଗଜପତ୍ର ଦାଖଲ କରିଥିଲେ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭୁବନାଶ ଏହି କୌଶଳ ତାଙ୍କ ଶ୍ୱଶୁର ସଞ୍ଜୟ ଭାଟିଆ ଏବଂ ଶାଶୁଙ୍କଠାରୁ ଶିଖିଛନ୍ତି। ପୋଲିସର ସୂଚନାନୁସାରେ, ୨୦୧୯ରେ ଭୁବନାଶ ପିତା ହୋଇଥିବାର ସୂଚନା ମିଳିଥିଲା। ଶେଷରେ ଏମ୍‌ସିଡିରୁ ଶିଶୁର ଜନ୍ମ ପ୍ରମାଣପତ୍ରକୁ ଆଧାର କରି ପୋଲିସ ଏହି ଠକେଇର ସନ୍ଧାନ ପାଇଥିଲା। ଆଉ ପୋଲିସ ହାତରେ ଧରା ପଡ଼ିଥିଲେ ଭୁବନାଶ। ଏବେ ପୋଲିସ ତାଙ୍କୁ ପଚରାଉଚରା କରୁଛି।

Share