Categories: ଫୁରସତ

କେଶ କଟା ଷ୍ଟାଇଲ୍‌ ମନକୁ ନ ଯିବାରୁ ପୋଲିସ ଡାକିଲେ କୁନିବାଳକ

ଚାଇନାର ଜଣେ ଛୋଟ ପିଲା ହେୟାର ଷ୍ଟାଇଲ୍‌କୁ ନେଇ ଏତେ ରାଗିଗଲା ଯେ, ଶେଷରେ ପୋଲିସ ଡାକିଥିଲା। ଏହି ଘଟଣା ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅଂଶୁନ ନାମକ ଏକ ସହରରେ ଘଟିଛି।

ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ବାରିକ ଜଣକ ପିଲାଟିର କେଶ କାଟିଲେ ପିଲାଟି ଏହାକୁ ଆଇନାରେ ଦେଖୁଥିଲା। କିନ୍ତୁ ଯେତେବେଳେ କେଶଗୁଡ଼ିକ ଛୋଟ ହୋଇଗଲା ଆଉ ହେୟାର ଷ୍ଟାଇଲ୍‌ଟା ମନକୁ ଗଲା ନାହିଁ, ସେ ରାଗି ପାଚି ନିଆଁ ହୋଇଗଲା। ପରେ ପିଲାଟି ଜୋର୍‌ରେ ପାଟି କରିବାକୁ ଲାଗିଲା। କେଶ କଟା ମନକୁ ନ ଯିବାରୁ ସେ ପୋଲିସକୁ ଡାକିଲା। କିଛି ସମୟ ପରେ ପୋଲିସ ପହଞ୍ଚି ମାମଲାର ଦଫାରଫା କରିଥିଲା।

Share