Categories: ବାଣିଜ୍ୟ

ହିସେନ୍ସର ଉଚ୍ଚାଭିଳାଷୀ ଅଭିବୃଦ୍ଧି ରଣନୀତି

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା କଞ୍ଜୁମର ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନ୍ସ ଇଣ୍ଡଷ୍ଟ୍ରିର ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ହିସେନ୍ସ ନିକଟରେ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ରଣନୀତି ଉନ୍ମୋଚନ କରିଛି, ଯାହା ପୂର୍ବାଞ୍ଚଳ ଭାରତରେ ବ୍ରାଣ୍ଡ୍‌ର ଉପସ୍ଥିତି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଏପରିକି କମ୍ପାନୀର ରିଟେଲ ନେଟ୍‌ୱର୍କକୁ ମଜଭୁତ ସହିତ ଟେଲିଭିଜନ ଏବଂ ଏୟାର କଣ୍ଡିସନର ସମେତ ପ୍ରିମିୟମ ପ୍ରଡକ୍ଟଗୁଡିକର ଏକ ବିବିଧ ଶୃଙ୍ଖଳାର ଶୁଭାରମ୍ଭ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଏହା ସହ ହିସେନ୍ସ ସମ୍ପୃକ୍ତ ଅଞ୍ଚଳରେ ବ୍ରାଣ୍ଡ୍‌କୁ ଏକ ମାର୍କେଟ ଲିଡର ଭାବେ ଅବସ୍ଥାପିତ କରିବା ପାଇଁ ପ୍ରସ୍ତୁତ ରହିଛି।

ସେହିଭଳି କମ୍ପାନୀର ରଣନୈତିକ ସମ୍ପ୍ରସାରଣ ଯୋଜନାର ଅଂଶ ବିଶେଷ ଭାବେ ହିସେନ୍ସ ଉପଭୋକ୍ତାଙ୍କୁ ପ୍ରତିଯୋଗୀପୂର୍ଣ୍ଣ ମୂଲ୍ୟରେ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରଡକ୍ଟଗୁଡିକ ଯୋଗାଇଦେବା ପାଇଁ ଉପଭୋକ୍ତା ପହଞ୍ଚ ପ୍ରଦାନକରି ସକ୍ରିୟ ଭାବେ ପ୍ରମୁଖ ରିଟେଲ ଓ ଡିଷ୍ଟ୍ରିବ୍ୟୁଶନ ପାର୍ଟନରଙ୍କ ସହିତ ସହଭାଗିତା କରିବାକୁ ଚାହୁଁଛି। ଏ ସମ୍ପର୍କରେ ହିସେନ୍ସ ଇଣ୍ଡିଆର ସିଇଓ ପଙ୍କଜ ରାଣା କହିଛନ୍ତି, ଭାରତ ଆମ ପାଇଁ ଏକ ରଣନୈତିକ ବଜାର ହୋଇଥିଲାବେଳେ ଆମର ଏକ ଉଚ୍ଚାଭିଳାଷୀ ନେଟ୍‌ୱର୍କ ସମ୍ପ୍ରସାରଣ ଯୋଜନା ରହିଛି, ଯାହା ଏକ ପ୍ରମୁଖ ବଜାର ଅଂଶ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି।

Share