ସାମରିକ ସୁରକ୍ଷାରେ ଐତିହାସିକ ନିଷ୍ପତ୍ତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର  ମୋଦି ଏବଂ ଜେନେରାଲ ଇଲେକ୍ଟ୍ରିକ ଚେୟାରମ୍ୟାନ ଏଚ୍‌ ଲରେନ୍ସ କୁଲପ ଜୁନିୟରଙ୍କ ବୈଠକ ପରେ ଜେଟ୍‌ ଇଞ୍ଜିନ ସମ୍ବନ୍ଧରେ ଏକ ଐତିହାସିକ ଚୁକ୍ତି ଘୋଷଣା କରାଯାଇଛି।

ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ (ଜିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (HAL) ମଧ୍ୟରେ ଜେଟ୍‌ ଇଞ୍ଜିନ ସମ୍ବନ୍ଧରେ ଏହି ଚୁକ୍ତି ଘୋଷଣା କରାଯାଇଛି। ଚୁକ୍ତିରେ କୁହାଯାଇଛି, ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ଅଟେ। ଏହି ଚୁକ୍ତିନାମା ସହିତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ ହେବାକୁ ଯାଉଛି।

ଏହି ଚୁକ୍ତି ପରେ ଜେଇ ଏରୋସ୍ପେସ୍‌ ଏବଂ ହାଲ୍‌ ମିଳିତ ଭାବେ ଭାରତୀୟ ବାୟୁସେନା ପାଇଁ ଜେଟ୍‌ ଇଞ୍ଜିନ୍‌ ତିଆରି କରିବେ।

Share