ଲଣ୍ଡନରେ ଐତିହାସିକ ଇଣ୍ଡିଆ କ୍ଲବ୍‌ ବନ୍ଦ ହେବ

ଲଣ୍ଡନ,୨୩ା୮(ପି.ଟି.): ଲଣ୍ଡନର ଇଣ୍ଡିଆ କ୍ଲବକୁ ବନ୍ଦ କରିଦେବା ଲାଗି ଘୋଷଣା କରାଯାଇଛି। ବନ୍ଦ ବିରୋଧରେ ଦୀର୍ଘଦିନ ଧରି ଚାଲିଥିବା ଆଇନଗତ ଲଢ଼େଇରେ ହାରିଯାଇଥିବାରୁ ଆସନ୍ତା ମାସରେ ଇଣ୍ଡିଆ କ୍ଲବ୍‌ ବନ୍ଦ ହେବାକୁ ଯାଉଛି। ସ୍ବାଧୀନତା ଆନ୍ଦୋଳନ ବେଳେ କ୍ରିଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ନେତାମାନଙ୍କ ପାଇଁ ଏହା ଏକ ହବ୍‌ ଥିଲା। ସେଠାରୁ ସ୍ବାଧୀନତା ଆନ୍ଦୋଳନ ପାଇଁ ବ୍ରିଟେନ୍‌ରେ କ୍ୟାମ୍ପେନ୍‌ କରାଯାଉଥିଲା। ଲଣ୍ଡନର ଷ୍ଟ୍ରାଣ୍ଡରେ ଥିବା ଉକ୍ତ ବିଲ୍ଡିଂରେ ଐତିହାସିକ ବୈଠକ ସ୍ଥଳ ଓ ଏକ ହୋଟେଲ ଥିଲା। ହୋଟେଲର ଆଧୁନିକୀକରଣ ପାଇଁ ଜମି ମାଲିକ ନୋଟିସ ପଠାଇଥିବାବେଳେ ଏହାକୁ ନ ଭାଙ୍ଗିବା ପାଇଁ କିଛିବର୍ଷ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜମି ମାଲିକ ୟାଦ୍‌ଗାର ମାର୍କର ଏବଂ ତାଙ୍କ ଝିଅ ପ୍ରିରୋଜା ‘ସେଭ୍‌ ଇଣ୍ଡିଆ କ୍ଲବ୍‌’ ନାମରେ ଅଭିଯାନ ଆରମ୍ଭ କରିବା ସହ ଏହାକୁ ବଞ୍ଚାଇ ରଖିବା ପାଇଁ ଲଢ଼େଇ କରୁଥିଲେ। ଏହି ଲଢ଼େଇ ଆପାତତଃ ଶେଷ ହୋଇଥିବା ଏବେ ସେମାନେ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧୭ ଇଣ୍ଡିଆ କ୍ଲବ୍‌ ପାଇଁ ଶେଷ ଦିନ ବୋଲି ସେମାନେ କହିଛନ୍ତି।

Share