Categories: ଜାତୀୟ

‘ଦେଶ ପାଇଁ ଐତିହାସିକ ଦିନ’

ନୂଆଦିଲ୍ଲୀ,୧୭।୯: ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଥିବା ୮ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ନ୍ୟାଶନାଲ ପାର୍କରେ ଛାଡିଛନ୍ତି। ୮ ଚିତା ଆସିବା ଦେଶ ପାଇଁ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଥସହ ଚିତା ଦେଇଥିବାରୁ ମୋଦି ନାମିବିୟା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ସହଯୋଗ ବିନା ଏହା ସମ୍ଭବ ନ ଥିଲା ବୋଲି ମୋଦି କହିଛନ୍ତି।
ବିଲୁପ୍ତ ହୋଇଥିବା ଚିତା ବାଘ ପୁଣି ଭାରତକୁ ଫେରିଛି। ପ୍ରଥମ ପର୍ଯ୍ୟାୟରେ ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ୮ ଚିତା ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିୟର୍‌ରେ ପହଞ୍ଚିଥିଲେ। ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ତାଙ୍କୁ କୁନୋ ନ୍ୟାଶନାଲ ପାର୍କକୁ ନିଆଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ଚିତାଙ୍କୁ ପାର୍କଙ୍କୁ ଛାଡିଥିଲେ। ୮ ଚିତାଙ୍କ ମଧ୍ୟରୁ ୫ ମାଇ ଚିତା ଏବଂ ୩ ପୁରୁଷ ଚିତା ରହିଛନ୍ତି।

Share