ବିଜେଡିର ଐତିହାସିକ ସଫଳତା: ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ମାତ୍ରାରେ ବିଜୟ ହୋଇଛି। ୮୪୮ ଜିଲାପରିଷଦ ଜୋନ୍‌ରୁ ବିଜେଡି ୭୬୨ଟି ଜୋନ୍‌ରେ ବିଜୟୀ ହୋଇଛି । ଭାଜପା ୪୨, କଂଗ୍ରେସ ୩୭ ଆସନରେ ଜିତିଥିବା ବେଳେ ଅନ୍ୟ ଦଳ ଓ ସ୍ବାଧୀନ ପ୍ରୀର୍ଥୀ ୭ଟି ଜୋନ୍‌ରେ ଜିତିଛନ୍ତି । ବିଜେଡିର ଐତିହାସିକ ସଫଳତା ପରେ ଦଳୀୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମତଦାତାଙ୍କୁ ବିଜେଡି ସୁପ୍ରିମୋ ଧନ୍ୟବାଦ ଜଣାଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା।

 

Share