Categories: ବାଣିଜ୍ୟ

ଆଜି ମୁକେଶ ଅମ୍ବାନୀଙ୍କ ଲାଗି ଐତିହାସିକ ଦିନ: ରିଲାଏନ୍ସରୁ ଅଲଗା ହୋଇଯିବ ‘ଜିଓ ଫାଇନାନ୍ସିଆଲ’

ନୂଆଦିଲ୍ଲୀ,୨୦।୭: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ପାଇଁ ଆଜିର ଦିନଟି ଐତିହାସିକ ଦିନ। ଗୁରୁବାର ରିଲାଏନ୍ସ ଷ୍ଟାଟର୍ଜିକ୍‌ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ (ଆର୍‌ଏସ୍‌ଆଇଏଲ୍‌),  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ରୁ ଅଲଗା ହୋଇଯିବ। ଏହାର ନାମ ପରିବର୍ତ୍ତନ ହୋଇ ଜିଓ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ (ଜେଏଫ୍‌ଏସ୍‌ଏଲ୍‌) ରଖାଯିବ।

ଜୁଲାଇ ୮ରେ ରିଲାଏନ୍ସ ଘୋଷଣା କରିଥିଲା ଯେ, ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏହି ଅଲଗା ହେବା ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଛି। ଜୁଲାଇ ୨୦ରେ ଇକ୍ୱୁଟି ଶେୟାରର ଆଲର୍ଟମେଣ୍ଟ ପାଇଁ ନିର୍ଦ୍ଧାରିତ ଦିନ ହେବ।

Share