Categories: ଜାତୀୟ

ଐତିହାସିକ ପଦକ୍ଷେପ: ପ୍ରଧାନମନ୍ତ୍ରୀ କଲେ ’ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ…

ନୂଆଦିଲ୍ଲୀ,୧୧।୧୦: ଭାରତ ପୁଣି ଏକ ଐତିହାସିକ ପଦକ୍ଷେପୟ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଏବସରରେ ପ୍ରଧାନମନ୍ତ୍ରୀ ସ୍ପେସ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଭେଟେରାନମାନଙ୍କ ସହ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି। ଭାରତକୁ ମହାକାଶ ଜଗତରେ ଅଗ୍ରଣୀ କରିବା କ୍ଷେତ୍ରରେ ‘ଇଣ୍ଡିଆନ ସ୍ପେସ ଆସୋସିଏଶନ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ଆତ୍ମନିର୍ଭରଶୀଳ ଭାରତ’ ଆଡକୁ ଏହା ଆଉ ଏକ ବଡ଼ ପଦକ୍ଷେପ। ମହାକାଶ ଗବେଷଣାରେ ବିକାଶ ଲାଗି ଇଣ୍ଡିଆନ ସ୍ପେସ ଆସୋସିଏଶନ ପ୍ରତିଷ୍ଠା କରାଯାଇଛି। ଏହା ଆମକୁ ସ୍ପେସ କ୍ଷେତ୍ରରେ ଏକ ଅଗ୍ରଣୀ ହେବାକୁ ସାହାଯ୍ୟ କରିବ। ଭାରତ ବୈଷୟିକ କ୍ଷେତ୍ରରେ ଉନ୍ନତ ହେବା ସହିତ ଦେଶର ଆତ୍ମନିର୍ଭରଶୀଳ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସ୍ପେସ ଏବଂ ନବସୃଜନ ପାଇଁ ଆଗ୍ରହୀ ବ୍ୟକ୍ତି ତଥା ସଂସ୍ଥାଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଆଣିଦେବ। କନସୋର୍ଟିୟମ ସ୍ପେସ ସମ୍ବନ୍ଧୀୟ ନୀତିକୁ ପ୍ରୋତ୍ସାହିତ କରିବ ଏବଂ ସରକାର ଏବଂ ସରକାରୀ ଏଜେନ୍ସି ମଧ୍ୟରେ ସମନ୍ବୟ ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଇଣ୍ଡିଆନ ସ୍ପେସ ଆସୋସିଏଶନର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାରସନ ଆଣ୍ଡ ଟୁବ୍ରୋ, ଟାଟାଗ୍ରୁପ୍‌ର ନେଲକୋ, ୱନୱେବ, ଭାରତୀ ଏୟାରଟେଲ, ମ୍ୟାପମାଇଁ ଇଣ୍ଡିଆ, ୱାଲଚନ୍ଦ୍ରନଗର ଇଣ୍ଡଷ୍ଟ୍ରିଜ ଏବଂ ଅନନ୍ତ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଗୋଦରେଜ୍‌, ହ୍ୟୁଗ୍ସ୍‌ ଇଣ୍ଡିଆ, ଆଜିଷ୍ଟା-ବିଏସ୍‌ଟି ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସେଣ୍ଟମ୍‌ ଇଲୋକ୍ଟ୍ରୋନିକ୍ସ୍‌, ମାକ୍ସାର ଇଣ୍ଡିଆ ଆଦି ରହିଛନ୍ତି।

Share