Categories: ଜାତୀୟ

ରାଜନୈତିକ ଫାଇଦା ଲାଗି ଇତିହାସ, ଭୂଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରାଯାଉଛି: ମମତା ବାନାର୍ଜୀ

କୋଲକାତା,୨୧।୯: ଏକ ରାଜନୈତିକ ଉଦ୍ଦେଶ୍ୟ ଲାଗି ବାସ୍ତବିକ ଦୁନିଆ, ଐତିହାସିକ ଘଟଣାବଳୀ, ଭୁଗୋଳ, ବିଜ୍ଞାନକୁ ପରିବର୍ତ୍ତନ କରିବା ଲାଗି ନୂତନ ଧାରଣା ଏବଂ ମିଶନ ଆସିଛି, ଯାହାଦ୍ୱାରା ନୂତନ ପିଢ଼ୀ ଦେଶର ସତ୍ୟ ଏବଂ ସ୍ବାଧୀନତା ସଂଗ୍ରାମ ବିଷୟରେ ଜାଣିପାରିବେ ନାହିଁ। ହେଲେ ଆମ ଇତିହାସକୁ ବଞ୍ଚାଇ ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ପାଲଟିଛି। ସେଥିଲାଗି ନିକଟରେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସହ ଜଡ଼ିତ ଫାଇଲଗୁଡ଼ିକୁ ଡିଜାଟାଇଜ୍‌ କରି ଜନସାଧାରଣଙ୍କୁ ଆମେ ହସ୍ତାନ୍ତର କରିଛୁ ବୋଲି ଆଲିପୋର୍‌ ସଂଗ୍ରହାଳୟର ଉଦ୍‌ଘାଟନୀ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ସୋମବାର ମମତା ପଶ୍ଚିମବଙ୍ଗରେ ଇଡି ଏବଂ ସିବିଆଇର ଚଢ଼ାଉ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି ବୋଲି ସେ ଭାବନ୍ତି ନାହିଁ । ଭାଜପା ନେତାଙ୍କ ଏକ ବିଭାଗ ଏସବୁ ଏଜେନ୍ସିକୁ ନିଜ ସ୍ବାର୍ଥ ସାଧନ ଲାଗି ଅପବ୍ୟବହାର କରୁଛି ବୋଲି ସେ କହିଥିଲେ। ଏହି ବିବୃତ୍ତିକୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଥଇଷଲ ଯେ, ମମତା ମୋଦିଙ୍କୁ ଛାଡ଼ି ଅମିତ ଶାହାଙ୍କୁ ଘେରିବାକୁ ଚାହୁଁଛନ୍ତି କି ସେ ନିଷ୍ପତ୍ତି ନେଇଛନ୍ତି ଯେ ମୋଦି ଭଲ ତାହା ଜାଣେନା। ହେଲେ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ଏହି ସରକାରରେ ମୋଦିଙ୍କ ସ୍ବୀକୃତି ବିନା କିଛି ହୁଏନା। ଏମିତିରେ ସେ ଯଦି ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ଦିଅନ୍ତି ତେବେ ତାଙ୍କ ଉପରେ କରୁଥିବା ସବୁ ଅଭିଯୋଗରୁ ସେ ତାଙ୍କୁ ମୁକ୍ତ କରିଛନ୍ତି, ଯାହା ଉପରେ ଦେଶ ତାଙ୍କୁ ପ୍ରଶ୍ନ କରୁଛି। ଆମ ଦଳ ଏବଂ ଆମ ନେତାଙ୍କ ରଣନୀତି ସ୍ପଷ୍ଟ ବୋଲି ସେ କହିଥିଲେ।

Share