ନୂଆଦିଲ୍ଲୀ,୧୪।୧୨: ବିଜୟ ହଜାରେ ଟ୍ରଫି ୨୦୨୩ର ପ୍ରଥମ ଫାଇନାଲିଷ୍ଟ ହୋଇଛି ହରିୟାଣା। ଘରୋଇ କ୍ରିକେଟରେ ଖେଳାଯାଇଥିବା ୫୦ ଓଭର ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିର ଫାଇନାଲ ପାଇଁ ହରିୟାଣା ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅଶୋକ ମେନାରିଆଙ୍କ ଅଧିନାୟକ ହରିୟାଣା ସେମିଫାଇନାଲରେ ତାମିଲନାଡୁକୁ ୬୩ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଛି।
ହରିୟାଣା ଦଳ ଟୁର୍ନାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦର୍ଶନ କରିଥିଲା। ଦଳ ଟୁର୍ନାମେଣ୍ଟର ଗ୍ରୁପ ପର୍ଯ୍ୟାୟରେ କୌଣସି ମ୍ୟାଚ ହାରିନାହିଁ। ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହରିୟାଣା ଉତ୍ତରାଖଣ୍ଡ, ବିହାର, ଚଣ୍ଡିଗଡ଼, ମିଜୋରାମ, ଦିଲ୍ଲୀ, କର୍ନାଟକ ଏବଂ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି। ଏହା ପରେ ହରିୟାଣା କ୍ୱାର୍ଟର ଫାଇନାଲରେ ବଙ୍ଗଳାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ତା’ପରେ ସେମିଫାଇନାଲରେ ତାମିଲନାଡୁକୁ ପରାସ୍ତ କରି ସେମାନେ ଫାଇନାଲରେ ସ୍ଥାନ ପାଇଥିଲେ। ଫାଇନାଲ ମ୍ୟାଚ ଡିସେମ୍ବର ୧୬ ରାଜକୋଟରେ ଖେଳାଯିବ।