Categories: ଖେଳ

ଇତିହାସ ରଚିଲେ କେନ ୱିଲିୟମସନ

ଅକଲାଣ୍ଡ,୨୮।୨: ନ୍ୟୁଜିଲାଣ୍ଡର କେନ ୱିଲିୟମସନ ରସ ଟେଲରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡ ପାଇଁ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିଲିୟମସନ ୧୩୨ ସ୍କୋର କରିଥିଲେ। ୱିଲିୟମ୍ସନ ୨୯ ରନ ସ୍କୋର କରିବା ମାତ୍ରେ ଟେଷ୍ଟରେ ୭୬୮୩ ରନ ରେକର୍ଡ ଅତିକ୍ରମ କରିଥିଲେ। ଏହା ପରେ ସେ ନିଜ ଟେଷ୍ଟ କ୍ୟାରିୟରର ୨୬ତମ ଶତକ ମଧ୍ୟ ସ୍କୋର କରିଥିଲେ।
୩୨ ବର୍ଷୀୟ ୱିଲିୟମସନଙ୍କ ଇନିଂସ ଯୋଗୁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୪୮୨ ରନ ସ୍କୋର କରିଥିଲା ଏବଂ ଇଂଲଣ୍ଡ ସମ୍ମୁଖରେ ୨୫୮ ରନର ବିଜୟ ଲକ୍ଷ୍ୟ ସ୍ଥିର କରିଥିଲା। ଏହାର ଜବାବରେ ଚତୁର୍ଥ ଦିନର ଖେଳ ଶେଷ ହେବା ବେଳକୁ ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୪୮ ରନ ସଂଗ୍ରହ କରିଛି।
ୱିଲିୟମସନ ୯୨ ଟେଷ୍ଟରେ ହାରାହାରି ୫୩.୩୪ରେ ୭୭୮୭ ରନ କରିଛନ୍ତି। ଏଥିରେ ସେ ୨୬ ଶତକ ଏବଂ ୩୩ ଅର୍ଦ୍ଧଶତକ ସାମିଲ ଅଛି। ଟେଲର ୧୧୨ ଟେଷ୍ଟରେ ୭୬୮୩ ରନ୍‌ କରିଛନ୍ତି।
ରେକର୍ଡ ହାସଲ ପରେ ୱିଲିୟମସନ କହିଛନ୍ତି, ଏହା ଏକ ରେକର୍ଡ ନୁହେଁ, ଯାହା ବିଷୟରେ ମୁଁ ଅଧିକ ଚିନ୍ତା କରିଥିଲି, କିନ୍ତୁ ଯଦି ସେହି ତାଲିକାରେ ଥିବା ବାକି ଖେଳାଳିଙ୍କ ନାମକୁ ଦେଖିଲେ ଏହା ଏକ ସମ୍ମାନର ବିଷୟ ବୋଲି ମୁଁ ଭାବୁଛି।

 

Share