Posted inଖେଳ

ଇତିହାସ ରଚିଲେ ଡେଭିଡ ଓ୍ବାର୍ନର, ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ

ନୂଆଦିଲ୍ଲୀ,୪।୪: କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କେକେଆର୍‌ ୨୭୨ ରନ ସ୍କୋର କରିଥିଲା, ଯାହାକି ଆଇପିଏଲ ଇତିହାସରେ କୌଣସି ଦଳ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲା। ଏହି ମ୍ୟାଚରେ ଡେଭିଡ ୱାର୍ନର ଏବଂ ପୃଥ୍ବୀ ଶ’ ଦିଲ୍ଲୀ ପାଇଁ ଇନିଂସ ଆରମ୍ଭ କରିଥିଲେ। ଯଦିଓ ୱାର୍ନର ୧୩ଟି ବଲରେ ମାତ୍ର ୧୮ ରନ ସ୍କୋର କରିଥିଲେ, ତଥାପି ସେ ଏକ ବଡ଼ ରେକର୍ଡ ଭାଙ୍ଗିଥିଲେ।
ଡେଭିଡ ୱାର୍ନର ୨୦୦୯ରୁ ଆଇପିଏଲରେ ଖେଳୁଛନ୍ତି ଏବଂ ଏହି ଦୀର୍ଘ କ୍ୟାରିୟରରେ ସେ ଇନିଂସ ପିଛା କରିବା ବେଳେ ୧୧୩ ଛକା ମାରିଛନ୍ତି। କେକେଆର ବିପକ୍ଷ ମ୍ୟାଚରେ ସେ ଗୋଟିଏ ଛକା ମାରିଛନ୍ତି। ଏହାସହ ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ଆଇପିଏଲ କ୍ୟାରିୟରରେ ଡେଭିଡ ଓ୍ବାର୍ନର ୨୩୪ ଛକା ମାରିଛନ୍ତି। ଏହି ତାଲିକାରେ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ଇଣ୍ଡିଆନ ପ୍ରିମିୟର ଲିଗରେ ଇନିଂସ ପିଛା କରିବାବେଳେ ଏପର୍ଯ୍ୟନ୍ତ ୧୧୨ ଛକା ମାରିଛନ୍ତି।
ଏହି ପରିପ୍ରେକ୍ଷୀରେ ରବିନ ଉଥାପ୍ପା ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ଆଇପିଏଲ ମ୍ୟାଚ ରେ ୧୧୦ ଛକା ମାରିଛନ୍ତି। ସେନ୍‌ ୱାଟସନ ତାଙ୍କ ଆଇପିଏଲ କ୍ୟାରିୟରରେ ୧୧୦ଛକା ମାରିଥିଲେ।
ଇନିଂସ ପିଛା କରିବା ବେଳେ ସର୍ବାଧିକ ଛକା ମାରିବାରେ ଡେଭିଡ ୱାର୍ନର ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି, କିନ୍ତୁ ଶୀର୍ଷରେ ଥିବା କ୍ରିସ ଗେଲ ତାଙ୍କଠାରୁ ବହୁତ ଆଗରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ତାଙ୍କର ୧୩ ବର୍ଷର ଆଇପିଏଲ କ୍ୟାରିୟରରେ ପିଛା କରିବା ବେଳେ ମୋଟ ୧୫୬ ଛକା ମାରିଥିଲେ। ଯଦିଓ ଗେଲ ବହୁ ବର୍ଷ ଧରି ଆଇପିଏଲରେ ଖେଳି ନାହାଁନ୍ତି, ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ତାଙ୍କ ରେକର୍ଡ ଭାଙ୍ଗିବା ବହୁତ କଷ୍ଟସାଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri