Categories: ଖେଳ

ଇତିହାସ ରଚିଲେ ମନୁ, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ

ପ୍ୟାରିସ,୩୦।୭: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ ସାମିଲ କରାଯାଇଥିଲା। ସ୍ବାଧୀନତା ପରେ ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି।ଏହାପୂର୍ବରୁ ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ଏକକ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ।

୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ମୁନ ଭାକର ଏବଂ ସରବଜୋତ ସିଂଙ୍କ ଯୋଡି ବ୍ରୋଞ୍ଜ ପଦକ ପାଇଁ କୋରିଆର ୱୋନୋହ ଏବଂ ଓ ଓହୋ ୟେ ଜିନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାରତୀୟ ଯୋଡି ୧୬-୧୦ ସ୍କୋର ସହିତ ଏହି ମ୍ୟାଚ ଜିତିଥିଲେ।

Share