Posted inଫୁରସତ

କଥା ଦିଆସିଲିର

ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍‌ କଷ୍ଟକର କାମ ଥିଲା। ହଠାତ୍‌ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ ନ ଥିଲା। ତେଣୁ ଦିଆସିଲିର ଆବିଷ୍କାର ହେଲା। ଏକ ଛୋଟିଆ ବାକ୍ସ ଭିତରେ ଛୋଟ ଛୋଟ ବାରୁଦ ଲଗା କାଠି ନିଆଁର ଆବଶ୍ୟକତାକୁ ସବୁ ସମୟରେ ପୂରଣ କରିପାରିଲା। ଜିନିଷଟି ଛୋଟିଆ ହେଲେ ବି ତାହା ବେଶ୍‌ ଜରୁରୀ ପାଲଟିଗଲା।
ଏମିତିକି ଆଜିକାର ଆଧୁନିକ ଯୁଗରେ ବି ଏହାର ଚାହିଦା କମିନି। ଜାଣିବା ସେଇ ଦିଆସିଲିର ଇତିହାସ ସମ୍ପର୍କରେ..

୧୯୭ ବର୍ଷ ପୂର୍ବେ ୧୮୨୬ରେ ବ୍ରିଟେନର କେମିଷ୍ଟ ଓ ଡ୍ରଗିଷ୍ଟ ଜନ୍‌ ଓ୍ବାକର୍‌ ଦିଆସିଲିର ଆବିଷ୍କାର କରିଥିଲେ। ପଥରକୁ ଘଷି ନିଆଁ ଜଳାଇବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ତାକୁ ଦିଆସିଲିର ରୂପ ଦେବାକୁ ସେ ହିଁ ପ୍ରଥମେ ଚିନ୍ତା କରିଥିଲେ। ଆଉ ଏମିତି ଏକ ବାରୁଦ ଲଗା ଛୋଟ କାଠି ତିଆରି କରିବାରେ ସଫଳ ହେଲେ ଯାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳିଲା। ହେଲେ ପ୍ରାରମ୍ଭିକ ସମୟରେ ଏହା ଘାତକ ସିଦ୍ଧ ହୋଇଥିଲା। ବିପଜ୍ଜନକ ବିସ୍ଫୋଟ ବି ଘଟିଥିଲା। ଆଉ ଅନେକେ ଆହତ ବି ହୋଇଥିଲେ। ତେବେ ଏଭଳି ହେବା ପଛର କାରଣ ଥିଲା- ଦିଆସିଲି କାଠିର ଉପରଭାଗର ବାରୁଦରେ ସେତେବେଳେ ସେ ଆଣ୍ଟିମନି ସଲ୍ଫାଇଡ୍‌, ପଟାସିୟମ କ୍ଲୋରେଟ,ଷ୍ଟାର୍ଚ ଓ ଅଠାର ମିଶ୍ରଣ ବ୍ୟବହାର କରିଥିଲେ। ମିଶ୍ରଣଟି ସୁଖିଗଲା ପରେ ତାହାକୁ ଖଦଡା ସ୍ଥାନରେ ଘଷିଲେ ନିଆଁ ଜଳି ଉଠୁଥିଲା। ହେଲେ ବିସ୍ଫୋଟ କରାଉଥିଲା। ଆଉ ବିସ୍ଫୋଟ ପରେ ଦୁର୍ଗନ୍ଧ ବି ହେଉଥିଲା। ସେ ନିଜର ଏହି ଆବିଷ୍କାରକୁ ପେଟେଣ୍ଟ କରାଇ ନ ଥିଲେ। କେବଳ ଲୋକଙ୍କୁ ଦେଖାଉଥିଲେ। ୧୮୨୭ରେ ସେ ନିଜର ଏହି ଦିଆସିଲିକୁ ବଜାରରେ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଶେଷ ସଫଳତା ମିଳିଲା ନାହିଁ। ୧୮୩୧ରେ ଫ୍ରାନ୍ସର ଚାର୍ଲସ ସୌରିୟା ଧଳା ଫସଫରସ୍‌ ବ୍ୟବହାର କରି ଦିଆସିଲି ତିଆରି କଲେ। ଏହାଦ୍ୱାରା ଦିଆସିଲି କାଠି ଜଳିବା ସହଜ ହେଲା। ଜଳିବା ପରେ ବାହାରୁଥିବା ଦୁର୍ଗନ୍ଧ ବି ଦୂର ହେଇଗଲା। କିନ୍ତୁ ଆଉ ଏକ ସମସ୍ୟା ସୃଷ୍ଟି ହେଲା। ସେଥିରୁ ନିର୍ଗତ ଧୁଆଁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଥିଲା। ତେବେ ବି ଏହାର ବ୍ୟବହାର ଅନେକ ବର୍ଷ ପର୍ଯ୍ୟନ୍ତ ହେଲା। ୧୮୪୪ରେ ସ୍ବୀଡେନର ଗୁସ୍ତାଫ ପାସ୍‌ ଓ ୧୮୫୫ରେ ସ୍ବୀଡେନର ଜେଇ ଲୁଣ୍ଡଷ୍ଟର୍ମ ସୁରକ୍ଷିତ ଦିଆସିଲି ତିଆରି କଲେ। ଯେଉଁଥିରେ ଲାଲ ଫସଫରସ୍‌ର ବ୍ୟହାର କରାଯାଇଥିଲା। ଆଉ ତାହା ସଫଳ ବି ହେଲା। ଏବେ ମଧ୍ୟ ଦିଆସିଲିରେ ଏହି ରସାୟନର ବ୍ୟବହାର କରାଯାଉଛି। ଦିଆସିଲିର କାଠି ବିଭିନ୍ନ ପ୍ରକାରର କାଠରେ ତିଆରି ହୋଇଥାଏ। ତେବେ ସବୁଠୁ ଭଲ ଦିଆସିଲି କାଠି ଆଫ୍ରିକୀୟ ବ୍ଲାକ୍‌ ଉଡ୍‌ ଗଛରୁ ତିଆରି ହୋଇଥାଏ। ପାଲ୍ପର୍‌ ନାମକ ଗଛର କାଠକୁ ବି ଦିଆସିଲି କାଠି ତିଆରି ପାଇଁ ବ୍ୟବହାର କରାଯାଏ। ଭାରତରେ ୧୯୨୬ରେ ଶିବକାଶୀର ଏ. ଶାନମୁଗା ନାଦାର ଓ ପି. ଅୟା ନାଦାର ଦୁଇ ସମ୍ପର୍କୀୟ ଭାଈ ଗାନ୍ଧିଜୀଙ୍କ ସ୍ବଦେଶୀ ମନ୍ତ୍ରକୁ ଆପଣେଇ କାକା ମ୍ୟାଚ ଇଣ୍ଡଷ୍ଟ୍ରୀ ଓ ଅନିଲ ମ୍ୟାଚ ଫ୍ୟାକ୍ଟୋରୀ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଦିଆସିଲି ବିଦେଶରୁ ଆମଦାନୀ ହେଉଥିଲା। ପରେ କିଛି ବିଦେଶୀ କମ୍ପାନୀ ମଧ୍ୟ ଭାରତରେ ପ୍ଲାଣ୍ଟ ଆରମ୍ଭ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri