ସାତଦିନରେ ଭାରତ ଇତିହାସ

ଭାରତର ଇତିହାସକୁ ସଂକ୍ଷିପ୍ତ କରି ଏକ ସପ୍ତାହରେ ସୀମିତ ରଖାଗଲେ ସେଥିରୁ ଆମକୁ ଅତୀତର ଖୁବ୍‌ ରୋଚକ ଦୃଷ୍ଟିକୋଣ ଦେଖିବାକୁ ମିଳେ। ଭାରତ ଇତିହାସର ଅବଧି ପ୍ରାଚୀନ ହରପ୍ପା ସଭ୍ୟତା ସମୟରୁ ଏପର୍ଯ୍ୟନ୍ତ ପ୍ରାୟ ୫,୦୦୦ ବର୍ଷ। ଏହାକୁ ସାତଦିନରେ ସଂକ୍ଷିପ୍ତ କଲେ ପ୍ରତି ସପ୍ତାହର ପ୍ରତ୍ୟେକ ଦିନ ପାଖାପାଖି ୭୦୦ ବର୍ଷ ହେବ। ପ୍ରଥମେ ହରପ୍ପା ସଭ୍ୟତାର ଯୁଗ ରବିବାର। ଏହି ସମୟରେ ଉତ୍ତର ଭାରତରେ କୃଷି କାର୍ଯ୍ୟ ଆରମ୍ଭ ହୋଇଛି। କୃଷିକୁ ଭିତ୍ତିକରି ହରପ୍ପାର ସୁବ୍ୟବସ୍ଥିତ ସହରଗୁଡ଼ିକ ସିନ୍ଧୁ ଉପତ୍ୟକା ଏବଂ ଗୁଜରାଟ ଉପକୂଳ, ରାଜସ୍ଥାନ ଓ ହରିୟାଣାରେ ଗଢିଉଠିଥିଲା। ଏହିସବୁ ସହରରେ ବ୍ରୋଞ୍ଜ ଯୁଗ ବାଣିଜି୍ୟକ ସମ୍ପର୍କର ଝଲକ ଦେଖିବାକୁ ମିଳେ। ରାଶି, କୁକୁଡ଼ା, ରନତ୍ଖଚିତ ହାର ଏବଂ କପା ଏଠାରୁ ପ୍ରାଚ୍ୟକୁ ରପ୍ତାନି ହେଉଥିଲା। ବିଭିନ୍ନ ପ୍ରକାର ଭାବ ଭଙ୍ଗି ପ୍ରକାଶ କରୁଥିବା ଛବି (ଇମୋଜି) ଏବଂ ୟୁନିକର୍ନ (ଧଳାଘୋଡା ଭଳି ଏକଶିଙ୍ଗିଆ ଜୀବ)ର ପ୍ରତିକୃତି ଥିବା ସିଲ୍‌ ବା ମୋହରକୁ ବ୍ୟବସାୟ ସଞ୍ଚାଳନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ରବିବାର ଅର୍ଥାତ୍‌ ହରପ୍ପା ସଭ୍ୟତା ସମୟରେ ଭାରତ ଘୋଡା ସମ୍ପର୍କରେ କିଛି ଜାଣି ନ ଥିଲା। ଧୀରେ ଧୀରେ ହରପ୍ପା ସହରଗୁଡ଼ିକର ପତନ ଦେଖିଲା ସୋମବାର । ଭାରତ ଇତିହାସର ସୋମବାର ଦିନ କାସ୍ପିଆନ୍‌ ସାଗରର ଉତ୍ତରରେ ଘୋଡ଼ା ପାଳନ ଆରମ୍ଭ ହୋଇଥିଲା। ଏହି ସମୟ ବ୍ରୋଞ୍ଜ ଯୁଗୀୟ ବ୍ୟବସାୟିକ ତଥା ସାମାଜିକ ସମ୍ପର୍କ ସାରା ବିଶ୍ୱରେ ପ୍ରକାଶ ପାଇଥିଲା। ସେତେବେଳେ ବିଶ୍ୱରେ ଏକ ଅବ୍ୟବସ୍ଥିତ ସ୍ଥିତି ରହିଥିଲା। ତା’ପରେ ମଙ୍ଗଳବାରରେ ସାରା ବିଶ୍ୱରେ ଇଜିପ୍ଟ, ଗ୍ରୀସ୍‌, ମଧ୍ୟପ୍ରାଚ୍ୟ, ଚାଇନା ଏପରି କି ଭାରତରେ ଘୋଡ଼ାଟଣା ଗାଡ଼ି ବା ରଥରେ ବୀରମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଦିନ ୟୁରୋପର ପରିସଂସ୍ଥାପୂର୍ଣ୍ଣ ତୃଣଭୂମି ଅଞ୍ଚଳ( ୟୁରାସିଆନ ଷ୍ଟିପ୍ପର୍ସ)ରୁ ଘୋଡ଼ା ଉପରେ ବସି ପୁରୁଷମାନେ ପଞ୍ଜାବରେ ପହଞ୍ଚିଥିଲେ।ୟୁରାସିଆନ ଷ୍ଟିପ୍ପର୍ସରେ କେନ୍ଦ୍ରୀୟ ଏସିଆର ଅକ୍ସୁସ ସଭ୍ୟତା ଗଢ଼ିଉଠିଥିଲା ଓ ସେଠାକାର ଲୋକେ କିଛି ପିଢି ଅତିବାହିତ କରିବା ପରେ ହିଁ ପଞ୍ଜାବକୁ ଆସିଥିଲେ। ସେମାନେ ପଞ୍ଜାବର ମହିଳାମାନଙ୍କୁ ବିବାହ କରିଥିଲେ। ସେମାନଙ୍କ ପିଲାମାନେ ୟୁରାସିଆ, ଅକ୍ସୁସ ଏବଂ ସିନ୍ଧୁ ଓ ହରପ୍ପ୍‌ା ସଭ୍ୟତା ସମୟର ଅନ୍ତର୍ନିହିତ ସ୍ମୃତିକୁ ଭିତ୍ତିକରି ସଂସ୍କୃତ ଭାଷା ସୃଷ୍ଟି କରିଥିଲେ। ସେତେବେଳେ ସେମାନେ ଆର୍ଯ୍ୟ ନାମରେ ପରିଚିତ ଥିଲେ ଓ ସ୍ବର୍ଗବାସୀ ଦେବଦେବୀଙ୍କୁ ସ୍ତୁତି କରୁଥିଲେ। ପରେ ସେମାନେ ଗାଙ୍ଗେୟ ସମତଳ ଭୂମିକୁ ଆସିଥିଲେ। ସେଠାରେ ସେମାନେ ଯାଯାବର ଭାବେ ପଶୁପାଳନ ଜୀବନ କଟାଉଥିଲେ। ପରେ ଏହି ପେସା ସେମାନଙ୍କୁ ଏକ ସ୍ଥାୟୀ କୃଷିଗତ ଜୀବନ ଜିିଇବା ଲାଗି ବାଟ ଦେଖାଇଥିଲା। ଉକ୍ତ ଅଞ୍ଚଳର ଉର୍ବର ମାଟି ଯୋଗୁ ଏହା ସମ୍ଭବ ହୋଇଥିଲା ଓ ସେହି ସମୟରେ ବି ଲୁହା ଆବିଷ୍କାର ହୋଇଥିଲା। ଦକ୍ଷିଣରେ ସେହି ସମୟରେ ପଶୁପାଳକ ଗୋଷ୍ଠୀମାନେ ବଡ଼ ମାଟିପାତ୍ରରେ ସମାଧି ଦେବା, ପ୍ରସ୍ତରର ବିରାଟ ସ୍ମୃତିସ୍ତମ୍ଭ ନିର୍ମାଣ କରିବା ଦେଖିବାକୁ ପାଉ। ଏହା ବ୍ୟତୀତ ସେମାନଙ୍କ ଦ୍ୱାରା ସୃଷ୍ଟ ଭସ୍ମର ସ୍ତୂପ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ। ଉକ୍ତ ପଶୁପାଳକମାନଙ୍କ ସହିତ ଉତ୍ତର ଭାରତର ଆର୍ଯ୍ୟମାନଙ୍କର ସମ୍ପର୍କ ନ ଥିଲା।
ଏଥର ଆସିବା ଇତିହାସର ସଂକ୍ଷିପ୍ତ ବୁଧବାରକୁ। ଏହି ସମୟରେ ଗାଙ୍ଗେୟ ସମତଳ ଅଞ୍ଚଳରେ ବେଦିକ୍‌ ସଂସ୍କୃତି ବିକାଶର ଅୟମାରମ୍ଭ ହୋଇଥିଲା। ବଣିକମାନେ ବାଣିଜ୍ୟ କରୁଥିଲେ। ସେମାନେ ହାତୀ ଓ କପା ଆଦି ଜିନିଷକୁ ପର୍ସିଆନ ସାମ୍ରାଜ୍ୟକୁ ରପ୍ତାନି କରୁଥିଲେ । ସେହି ସମୟରେ ଭାରତର ପୁରାତନ ମୁଦ୍ରା (କାର୍ଷାପଣ) କାରବାର କରାଯାଉଥିଲା। ସେତେବେଳେ ସହରର ବ୍ୟବସାୟିକ କାର୍ଯ୍ୟକଳାପ ଓ ଶାସନକୁ କିଛି ପ୍ରଭାବଶାଳୀ ତଥା ଧନୀକ ଗୋଷ୍ଠୀର ଲୋକ ନିୟନ୍ତ୍ରଣ କରୁଥିଲେ। ଏହା ଏଭଳି ଏକ ସମୟ ଯାହା ବୁଦ୍ଧଙ୍କ ଭଳି ଯୁବରାଜଙ୍କୁ ସନ୍ନ୍ୟାସୀ ହେବା ଦେଖିଥିଲା ଏବଂ ଧନ ଓ ବିଳାସ ଦୃଷ୍ଟିରୁ ବି ଏହି ଯୁଗ ଚମତ୍କାର ଥିଲା। ପୁନର୍ଜନର ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା। ଋଣ କାରବାର ଏବଂ ସ୍ବାଧୀନତା ଗ୍ରହଣୀୟ ବିଷୟ ହୋଇପାରିଥିଲା। ସମ୍ରାଟ ଆଲେକ୍‌ଜାଣ୍ଡରଙ୍କ ସାହସିକ କାର୍ଯ୍ୟ ପ୍ରକାଶ ପାଇଥିଲା। ସେ ପାର୍ସି ସାମ୍ରାଜ୍ୟକୁ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଯାହା ପାଟଳିପୁତ୍ରର ସାମ୍ରାଜି୍ୟକ ମହତ୍ତ୍ୱାକାଂକ୍ଷାଗୁଡ଼ିକୁ ଅନୁପ୍ରାଣିତ କରିଥିଲା। ବୁଦ୍ଧ ଏବଂ ଜୈନ ସନ୍ନ୍ୟାସୀ ଏବଂ ବ୍ରାହ୍ମଣ ପୁରୋହିତମାନେ ଦକ୍ଷିଣର ନର୍ମଦା,ମହାନଦୀ, ଗୋଦାବରୀ, କୃଷ୍ଣା ଏବଂ କାବେରୀ ନଦୀ ଅବବାହିକାରେ ଗଢି ଉଠିଥିବା ସଭ୍ୟତାକୁ ପ୍ରଭାବତି କରିବା ଆରମ୍ଭ କରିଥିଲେ।
ଗୁରୁବାର ମଧ୍ୟ ଭାରତ ଇତିହାସର ଏକ ସମୟକୁ ସୂଚିତ କରେ ଯେତେବେଳେ ବେଦିକ୍‌ ଉପାସନା କରୁଥିବା ନାସିକ୍‌ର ସାତବାହାନ ରାଜାମାନେ ଜୈନ ଓ ବୁଦ୍ଧ ଧର୍ମାବଲମ୍ବୀ ବଣିକମାନଙ୍କୁ ଆନ୍ଧ୍ରରୁ କପା ନେଇ ସୋପରା( ଏବକାର ମୁମ୍ବାଇ) ବାଟ ଦେଇ ରୋମକୁ ରପ୍ତାନି କରିବା ପାଇଁ ସକ୍ଷମ କରାଇପାରିଥିତ୍ଲା। ଉତ୍ତର ଭାରତରେ ଗ୍ରୀକ୍‌,ସ୍କିଥିଆନ, ପାର୍ଥିଆନ୍‌, କେନ୍ଦ୍ରୀୟ ଏସିଆର କୁଷାଣ ଏବଂ ହୁନମାନଙ୍କ ଭଳି ବିଦେଶୀ ଜନଜାତିର ଲୋକେ ରାଜପଥଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ। ସେମାନେ ବୈଦ୍ଧ ମଠଗୁଡ଼ିକୁ ସହଯୋଗ କରିବା ସହ ସଂସ୍କୃତ ଭାଷାର ସଂରକ୍ଷଣ ତଥା ବିକାଶ ମଧ୍ୟ କରିଥିଲେ। ଦକ୍ଷିଣରେ ପ୍ରେମୀ ଓ ଯୋଦ୍ଧାମାନଙ୍କ ଭାବାବେଗପୂର୍ଣ୍ଣ କବିତା ଏବଂ ସ୍ତ୍ରୀ, ଗଣିକା ଓ ତପସ୍ବିନୀମାନଙ୍କର ପ୍ରେମରସାମତ୍କ କାବ୍ୟ ତାମିଲ ଓ ପ୍ରାକୃତି ଭାଷାରେ ଶୁଣିବାକୁ ମିଳିଥିଲା। ହିନ୍ଦୁତ୍ୱର ଏକ ନୂଆ ରୂପ ପ୍ରକାଶ ପାଇଥିଲା ସେହି ସମୟରେ, ଯାହା ବିଷ୍ଣୁ, ଶିବ ଓ ଦୁର୍ଗାଙ୍କ କଥା ବଖାଣେ।
ଶୁକ୍ରବାର ହେଉଛି ଭାରତ ଇତିହାସର ସେହି ଯୁଗ ଯେଉଁ କାଳରେ ଦକ୍ଷିଣରେ ଡେକାନ୍‌( ନର୍ମଦା ନଦୀର ଦକ୍ଷିଣରେ ଥିବା ବିଶାଳ ଉପଦ୍ୱୀପ)ର ଚାଲୁକ୍ୟ, ରାଷ୍ଟ୍ରକୂଟ, ଛେରା, ଚୋଲା , ହୋୟାସାଲା, କାକଟିୟା, ପାଲା ଏବଂ ସେନାମାନେ ମନ୍ଦିର ଆଧାରିତ ଦ୍ରାବିଡ଼ ସାମ୍ରାଜ୍ୟଗୁଡ଼ିକ(ରାଜମଣ୍ଡଳ) ଗଢ଼ିଉଠିଥିଲା। କନ୍ନଡ଼, ମରାଠୀ, ତେଲୁଗୁ, ଓଡ଼ିଆ, ବେଙ୍ଗଲୀ ଶକ୍ତିଶାଳୀ ସ୍ଥାନୀୟ ଭାଷା ଭାବେ ପ୍ରକାଶ ପାଇଥିଲା। ଏହା ଆଦି ଶଙ୍କରାଚାର୍ଯ୍ୟ, ରାମାନୁଜ ଓ ମାଧବଙ୍କ ଯୁଗ। ଏହି ସମୟରେ ବ୍ରାହ୍ମଣ ସଂସ୍କୃତି ଅଧିକ ଶକ୍ତିଶାଳୀ ହେବା ସହ ବୌଦ୍ଧ ଓ ଜୈନ ଧର୍ମକୁ ଦବାଇ ଦେଇଥିଲା। ଶେଷରେ ଭାରତ ଇତିହାସର ଯେଉଁ ସମୟକୁ ଶନିବାରରେ ସଂକ୍ଷିପ୍ତ କରାଯାଇଛି ତାହା ହେଉଛି ଭକ୍ତି, ଶିଳ୍ପକରଣ ଏବଂ ଗଣତନ୍ତ୍ରର ଯୁଗ। ଏହି ସମୟରେ ଦିଲ୍ଲୀ ଓ ବାହାମଣି ସମ୍ରାଟ, ରାଜପୁତ ଏବଂ ଗୁଜରାଟୀମାନଙ୍କ ସମ୍ପର୍କରେ ଶୁଣିବାକୁ ମିଳେ। ଏହା ବ୍ୟତୀତ ବିଜୟନଗର(ବିଜୟନଗରମ୍‌), ମୋଗଲ, ମରାଠା ଏପରି କି ଇଂରେଜ ସାମ୍ରାଜ୍ୟ ଓ ସ୍ବାଧୀନତା ସଂଗ୍ରାମର ଉତ୍‌ଥାନ ଏବଂ ପତନକୁ ଏହି ଯୁଗ ଦେଖିଛି।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri