ଐତିହ୍ୟର ମୁଖଶାଳା

ଓଡ଼ିଶାର ଧାରାବାହିକ ଇତିହାସର ପୂର୍ଣ୍ଣତା ଏଯାଏଁ ସମ୍ଭବ ହେଇନି। ୟା’ ବୋଲି ମହାଜନମାନେ ସ୍ଥିର କରିଥିବା ଇତିହାସର ଉପାଦାନ ଯେ ନାହିଁ ତାହା ଶତପ୍ରତିଶତ କହିହେବ ନାହିଁ। ଓଡ଼ିଶାର ଗଁାଠାରୁ ସହର ଗଳି ପର୍ଯ୍ୟନ୍ତ ଇତିହାସ ଉପାଦାନ ବିଛାଡ଼ି ହୋଇ ରହିଛି। ଦୃଷ୍ଟିକୋଣରେ ସାମାନ୍ୟ ପରିବର୍ତ୍ତନ ହେଲେ ଉପାଦାନଗୁଡ଼ିକର ମୂଲ୍ୟାୟନ ହୋଇପାରିବ। ଶାସ୍ତ୍ରୀୟ ପୋଥିକୁ ଆମକୁ ଗ୍ରହଣ କରିବାକୁ ତ ନିଶ୍ଚୟ ହେବ। ୟା’ ବାଦେ ଓଡ଼ିଶାର ନଈ ଉପତ୍ୟକାରୁ, ମହୋଦଧିର ଭଗ୍ନ ବିଲୁପ୍ତପ୍ରାୟ ବନ୍ଦରମାନଙ୍କରୁ, ଗଁାମୁଣ୍ଡ ଦେଉଳ କାନ୍ଥରୁ, ମଠ-ଆଶ୍ରମମାନଙ୍କ ସନନ୍ଦ ଦସ୍ତାବିଜ୍‌ରୁ, ନିପଟ ମଫସଲର କାନ୍ଦଣା ଗୀତର ଢଗ ଢମାଳିରୁ, କାନରୁ କାନକୁ ବ୍ୟାପୀ ଶହ ଶହ ବର୍ଷ ଧରି ବଞ୍ଚତ୍ ରହିଥିବା ଲୋକକଥାରୁ, ପାହାଡ଼ର ଗୁମ୍ଫାରୁ ତ ଚିଲିକାର ବୁଦିବୁଦିକିଆ ଦ୍ୱୀପପୁଞ୍ଜରୁ ଆମକୁ ଉପାଦାନ ମିଳିବ। ଟିକିଏ ନିଷ୍ଠା ଆଉ ଅନ୍ତର୍ଦୃଷ୍ଟି ଲୋଡ଼ା। ଅନୁସନ୍ଧାନର ମାନସିକତା ଆମକୁ ଆଗେଇ ନେବ ୟେ ଦିଗରେ।
ଚିଲିକା ଚକାନାସୀର ଶିଉଳିଲଗା ଖପରା ଖଣ୍ଡରୁ ଆମକୁ ଯେମିତି କିଛି ମିଳିଛି, ଗୁରୁବାଈ ଗଡ଼ର ଲୋଟଣୀ ବରଗଛ ତଳୁ ମହାପ୍ରଭୁଙ୍କ ପୋତି ହୋଇଥିବା ବୈଠିକି ‘ଚକା’ ବି ଇତିହାସକୁ ମଜଭୁତ କରିଛି। ଚିଲିକା କୂଳର ନଇରୀସ୍ଥିତ ହରୀଶ୍ୱର ମଣ୍ଡପ, ବାଣପୁରର ବଡ଼ହନ୍ତୁଆଡ଼ ଓ ଗବପଦର, ଖଲିକୋଟର ଚିକିଲି ଆଜି ମାଦଳା ପାଞ୍ଜିକୁ ବିଶ୍ୱାସ କରିବାକୁ ବାଧ୍ୟ କରିଛି। ନଇରୀର ଗୁଣ୍ଡିଚା କୂଅ, ଗଞ୍ଜାମ ମାରଦାର ମଥୁରା ଶିଳ୍ପୀଙ୍କ ଦ୍ୱାରା ଦି’ ମାସରେ ଗଢ଼ି ଉଠିଥିବା ମନ୍ଦିର ଓ ବ୍ରହ୍ମଗିରି ଗଡ଼କୋକଲର ଭଗବତୀ ମନ୍ଦିର, ଆମ୍ଭର ଅନୁସନ୍ଧାନ ମାନସିକତାକୁ ପ୍ରେରଣା ଯୋଗାଇଛି।
ମହାନଦୀ ଘାଟ ଦଳେଇଙ୍କ ଦଲିଲ ଆମକୁ ବିସ୍ମିତ କରିଛି। ଗଜପତିଙ୍କ ଜଳବାହିନୀ ବା ନୌବାହିନୀ ସେନା ସ୍ଥଳବାହିନୀ ସେନାଙ୍କ ଅପେକ୍ଷା କେତେ ଯେ ହୁସିଆର, ତାହା ହୃଦ୍‌ବୋଧ ହୋଇଛି। ଘାଟ ଦଳେଇଙ୍କ ଐତିହ୍ୟ ଖୋଜୁଖୋଜୁ କଟକ ମହ୍ଲାସାହିର ମଲ୍ଲବୀରମାନଙ୍କ ଦସ୍ତାବିଜ ଦେଖି ପୁଣି ବିଚାରିବାକୁ ପଡ଼ିଛି। ମଲ୍ଲମାନେ ମହ୍ଲା ହୋଇ ବଡ଼ଦାଣ୍ଡରେ ଆସ୍ଥାନଟିଏ ଗଜପତିଙ୍କଠୁ ନେଇ ଗଢ଼ିଦେବା ପରେ ତାହା ଅପଭ୍ରଂଶରେ ‘ମଲେଇମଠ’ରେ ପରିଣତ ହେବାର ଅଣଦେଖା ମାନସିକତା କୋହ ଭରି ଦେଇଛି ମନରେ।
ବାସ୍ତବରେ ହୃଦ୍‌ବୋଧ ହୋଇଛି ଓଡ଼ିଶାର ଶିଉଳିଲଗା ଅପାଙ୍‌କ୍ତେୟ ହୋଇ ପଡ଼ି ରହିଥିବା ପଥର ଖଣ୍ଡକରେ ବି ପ୍ରଚୁର ଐତିହ୍ୟ ଲୁଚି ରହିଛି। ପ୍ରତି ଗଁାର ବୁନିଆଦି ଅଛି। ୟେ ବୁନିଆଦି କିଛି ପୋଥିକି ଆସିଛି, କିଛି ଆସିନି। ୟା’ ମାନେ ନୁହଁ ଯେ ବୁନିଆଦି ନାହିଁ। ପ୍ରତି ଗଁାର ଶାବର ବିଦ୍ୟାର ଗ୍ରାମଦେବୀ, ପୋଥିବିଦ୍ୟାର ଶ୍ରୀଶ୍ରୀ ମହାଦେବଙ୍କର ମନ୍ଦିର ହିଁ ବୁନିଆଦିର ମୂକସାକ୍ଷୀ।
ଓଡ଼ିଶାର ପ୍ରସିଦ୍ଧ ଦେବଦେବୀଙ୍କର କିଛି ନା କିଛି ଗୌରବପୂର୍ଣ୍ଣ ଐତିହ୍ୟ ରହିଛି। ଆମେ ଯେତିକି ଘାଣ୍ଟିଚୁ, ନିଶ୍ଚୟ କିଛି ପାଇଛୁ। ଯାହା ନ ଘାଣ୍ଟିଛୁ ସେଠି ଯେ ନାହିଁ, ସେକଥା ନୁହେଁ। ଲୋପ ହୋଇ ଆସୁଛି ସେସବୁ। ପ୍ରତି ଗଡ଼ର, ପ୍ରତି ଦୁର୍ଗର, ପ୍ରତି ଦୁର୍ଗ ଦେବୀଙ୍କର ରୋମାଞ୍ଚଭରା ଐତିହ୍ୟ ରହିଛି। ତା’ରି ଭିତରେ ଆମ ଇତିହାସ। କାରଣ ଇତିହାସ ଲେଖାରେ ଶାସ୍ତ୍ର/ ପୁରାଣ/ କାହାଣୀ/ କିମ୍ବଦନ୍ତୀ/ ଲୋକକଥା ମଧ୍ୟ ପ୍ରବନ୍ଧ ହୋଇପାରେ।
ସେଥିପାଇଁ ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ- ”ଏ ମୂର୍ତ୍ତି ଆମ୍ଭମାନଙ୍କ ଦୃଷ୍ଟିରେ ଜଡ଼-ପିତୁଳା ନୁହନ୍ତି। ସୁକୁମାର ଶିଳ୍ପର ଆଦର୍ଶ ନୁହନ୍ତି କିମ୍ବା ଅନ୍ଧ ଲୋକ ସାଧାରଣଙ୍କର ଧର୍ମବିଶ୍ୱାସକୁ ସୁଦୃଢ଼ ଓ ଚରିତାର୍ଥ କରିବା ଲାଗି କୌଶଳ ନୁହନ୍ତି। ଏହା ଶୁଦ୍ଧ ବୁଦ୍ଧ ପ୍ରେମମୟ ଜୀବନ୍ତ ପ୍ରତିମା। ମୂକସାକ୍ଷୀ ହୋଇ ଉଭା ହୋଇଛନ୍ତି ସତ୍ୟ, କିନ୍ତୁ ସେ ମୁଖରୁ କେତେ ପ୍ରେମର କାହାଣୀ, ଗୌରବର ଇତିହାସ, ଭକ୍ତିର ବୃତ୍ତାନ୍ତ, ନୀରବ ଗମ୍ଭୀର ଭାବରେ ନିଃସୃତ ହେଉଅଛି।“ (ସତ୍ୟବାଦୀ ୧/୨ ସଂଖ୍ୟା, ୧୩୨୨ ସାଲ, ପୃ-୬୨, ୬୩)।
ସାହିତ୍ୟ ଏବଂ ଇତିହାସ ପରସ୍ପର ସଂଶ୍ଳିଷ୍ଟ ହୋଇପାରନ୍ତି, କିନ୍ତୁ ସାହିତ୍ୟ ଯାହା ଇତିହାସ ତା’ ନୁହେଁ। ଐତିହ୍ୟକୁ ଆମେ ସମ୍ପୂର୍ଣ୍ଣ ଇତିହାସ ପର୍ଯ୍ୟାୟରେ ନେଇପାରୁ ନାହୁଁ। ଐତିହ୍ୟ ସଂସ୍କୃତିର ହୋଇପାରେ, ସଭ୍ୟତାର ହୋଇପାରେ, କଳା-ସଙ୍ଗୀତ-ନୃତ୍ୟ-ଗୀତ ଓ ପରମ୍ପରାର ବି ହୋଇପାରେ। କାରଣ ଇତିହାସ ସହିତ ‘ଗୌରବ’କୁ ଯୋଡ଼ିବାକୁ ହୁଏ। ଏଇ ଗୌରବ ଭିତରେ କେବଳ ‘ଭାବନା’ ନ ଥାଏ। ଜାତି ଜାତୀୟତା ଓ ଅତୀତକୁ ନୂଆ କରି ଦେଖିବାକୁ ହୁଏ। ବାଚନିକ ଇତିହାସ ପାଇଁ ମଣିଷର ବିଶ୍ୱାସ ସହିତ ଚଳଣିକୁ ଯୋଡ଼ିବାକୁ ହୁଏ। ସହାବସ୍ଥାନର ଧାରାକୁ ଏଠି ଆଡ଼େଇଦେବା ସମ୍ଭବ ନୁହେଁ। ତେଣୁ ଐତିହ୍ୟକୁ ଇତିହାସର ଉପାଦାନ ପର୍ଯ୍ୟାୟରେ ଆମେ ଗଣତି କରିଅଛୁ। ପରମ୍ପରାର ଐତିହ୍ୟ ମଧ୍ୟ ଏଥିରେ ରହିଛି। ଯାହାକୁ ଜଣେ ଇତିହାସ ପକ୍ଷରେ ସଂଯୋଗ କରିବାରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଆମ୍ଭର ବିଶ୍ୱାସ।
ସତ୍ୟବାଦୀର ୧/୨ ସଂଖ୍ୟାରେ ସ୍ପଷ୍ଟ ବି ହୋଇଛି। କିମ୍ବଦନ୍ତୀ କେବଳ ମରୁମରୀଚିକା ନୁହେଁ। ନିସ୍ତରଙ୍ଗ ଅନ୍ଧକାରାଚ୍ଛନ୍ନ ଯୁଗକୁ ଘଟଣାମୟ କରି ଚିତ୍ରିବା ଲାଗି ଅଯଥା ଅସଙ୍ଗତ କଳ୍ପନା ନୁହେଁ। ସେ ସବୁକୁ ଅନାଦର କଲେ ଆଧୁନିକ ଯୁଗ ବହୁ ପୁରା ତତ୍ତ୍ୱରୁ ବଞ୍ଚତ୍ତ ହେବ ଏବଂ ବର୍ତ୍ତମାନ ସହିତ ଅତୀତର ସଂଯୋଜକ ସୂତ୍ର ଅନେକ ସ୍ଥଳେ ମିଳିବ ନାହିଁ। ଭାରତ ପରି ରୋମ, ଗ୍ରୀସ୍‌, ମିଶର, ବାବିଲୋନ୍‌ ପ୍ରଭୃତି ପ୍ରାଚୀନ ଦେଶ ଓ ଜାତିମାନଙ୍କ ଇତିହାସ କାହାଣୀ କିମ୍ବଦନ୍ତୀରୁ ବହୁ ପରିମାଣରେ ଉଦ୍ଧାର କରାଯାଇଛି। ବାଲୁକାରାଶିର ନିମ୍ନରେ ଫଲ୍‌ଗୁ ପ୍ରବାହ ପରି ଏହିସବୁ କିମ୍ବଦନ୍ତୀର ମଜା ଯେ ସାର ସତ୍ୟରେ ଚିରକାଳ ଉଜ୍ଜୀବିତ ରହିଅଛି ତାହା ଅନୁସନ୍ଧାନ କଲେ ଅନାୟାସରେ ଉପଲବ୍ଧି ହେବ (ପୃ.୬୩)।
ଐତିହ୍ୟର ଉପାଦାନ ଉପରେ ଇତିହାସ ଛିଡ଼ା ହେବା ଭାରତରେ କିଛି ନୂଆ କଥା ବି ନୁହେଁ, ଐତିହ୍ୟର ଉପାଦାନକୁ ଇତିହାସରୁ ଆଡ଼େଇ ନେଲେ ସେ ଇତିହାସ ସମୃଦ୍ଧ ଇତିହାସ ହୋଇ ରହିବ ନାହିଁ। ସେଥିରେ ଦାରିଦ୍ର୍ୟର ଛିଟା ଦିଶିବ ହିଁ ଦିଶିବ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୭।୩ (ବନ୍ଦନା ସେଠୀ)- ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ଅଭିଯୋଗ ଶୁଣାଣିକୁ...

Delimitation: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୭।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଏକ ବୈଠକ ଡାକିଛନ୍ତି। ଷ୍ଟାଲିନ ଯେଉଁ...

ସ୍ନାତକୋତ୍ତର ନାମଲେଖା ଶୀଘ୍ର ଆରମ୍ଭ କରିବା ଲାଗି ସରକାରଙ୍କ ନିଷ୍ପତ୍ତି, ମାର୍ଚ୍ଚ ୧୦ରୁ ଆବେଦନ

ଭୁବନେଶ୍ୱର,୭।୩: ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

କାର୍ଯ୍ୟରେ ଯୋଗଦେଲେ ରାଇକିଆ ବିଡିଓ

ରାଇକିଆ,୭ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡ଼ିଓ ଭାବେ ସବ୍ୟସାଚୀ ସାହୁ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସମସ୍ତ...

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ୫ ପଦବୀ ନିମନ୍ତେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ୫ ପଦବୀ ନିମନ୍ତେ ଶୁକ୍ରବାର ନାମାଙ୍କନର ଶେଷ ଦିନ ଥିଲା। ତେବେ ଶୁକ୍ରବାର...

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଏକ କଲେଜରେ ପଢୁଥିବା ଯୁକ୍ତ ୨ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ...

୪ଦିନ ପରେ ଦୋଳଯାତ୍ରା: ବ୍ୟବସାୟୀଙ୍କ କବଜାରେ ରାସ୍ତା ଦେଖାଦେବ ଟ୍ରାଫିକ ସମସ୍ୟା

ଗଞ୍ଜାମ,୭ା୩(ବିଦ୍ୟାଧର ସାହୁ): ଆଉ ଚାରି ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା। କେଉଁ ଆବାହନ କାଳରୁ ଏଠାରେ ଏହି...

Odisha Electricity: ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଉପଭୋକ୍ତା ବିଲ ନ ଦେଇ ପାରିଲେ…

ଭୁବନେଶ୍ୱର,୭।୩: ବିଦ୍ୟୁତ ବିଲ୍‌କୁ ନେଇ ବଡ଼ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image